ଶ୍ରୀନଗର : ଜାମ୍ମୁ-କାଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲାର ଲାସିପୋରା ଅଞ୍ଚଳରେ ସୋମବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ ପୁଲୱାମା ଜିଲ୍ଲା ନିକଟସ୍ଥ ଲାସିପୋରା ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ଖବର ମିଳିଥିଲା । ସୂଚନାକୁ ଆଧାର କରି ସିଆରପିଏଫ୍, ଏସଓଜି ଓ ଯବାନଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।
ଏହି ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା ହେବା ଫଳରେ ସୁରକ୍ଷାକର୍ମୀଙ୍କ ପାଲଟା ଗୁଳି ମାଡରେ ୪ ଜଣ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି ।
#UPDATE: Jammu & Kashmir: 4 terrorists of Lashkar-e-Taiba (LeT) killed in an encounter with security forces in Lassipora area of Pulwama District. Identities yet to be ascertained. 2 AK rifles, 1 SLR and 1 pistol recovered. Search operation underway. https://t.co/Ycvg9GhwW5
— ANI (@ANI) April 1, 2019
ମୃତ ଆତଙ୍କବାଦୀ ମାନେ ଲସ୍କର-ଏ-ତୋଇବା ସଙ୍ଗଠନର ସଦସ୍ୟ ବୋଲି ସୂଚନା ମିଳିଛି ।
ତେବେ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ ରାଇଫଲ୍, ଗୋଟିଏ ଏସଏଲଆର ଓ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ଗୋଳାବାରୁଦ ଜବତ କରାଯାଇଥିବା ବେଳେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି ।
Comments are closed.