Latest Odisha News

BREAKING NEWS

ଗଞ୍ଜାମ: ପ୍ରଚଣ୍ଡ ବଜ୍ରପାତରେ ୨ ଛାତ୍ର ମୃତ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଘଡଘଡି ଓ ବଜ୍ରପାତ ଫଳରେ ରବିବାର ରାତିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକମାନେ ହେଲେ ସୁତୁମସରା ଗାଁର ଦୀପକ ଦଳାଇ ଓ ପୋଲାର ଗାଁର ଦ୍ୱିତୀକୃଷ୍ଣ ସାହୁ।

ସମ୍ପୃକ୍ତ ୪ ଜଣ ଆଇଟିଆଇର ଛାତ୍ର ହୋଇଥିବା ନେଇ ସୂଚନା ମିଳିଛି । ସେମାନେ ଗତକାଲି ଏକ ବାଇକ ଯୋଗେ ବେଲଗୁଣ୍ଠାରୁ ଭଞ୍ଜନଗର ଅଭିମୁଖେ ଯାଉଥିବାବେଳେ ଠେଙ୍ଗାଧର-ମନ୍ଦାର ରାସ୍ତାରେ ବଜ୍ରାଘାତର ଶୀକାର ହୋଇଥିଲେ ବୋଲି ପୋଲିସ ସୁତ୍ରରୁ ପ୍ରକାଶ। ସେମାନଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

ସେହି ରାସ୍ତା ଦେଇ ଯାଉଥିବା କିଛି ବ୍ୟକ୍ତି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରେ ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Leave A Reply

Your email address will not be published.