ଶ୍ରୀନଗର: ପୁଣି ଆତଙ୍କବାଦୀ -ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି 4 ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଶ୍ରୀନଗରରୁ ୩ ଜଣ ହାଇବ୍ରିଡ ଆତଙ୍କବାଦୀ ଗିରଫ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଇ ତୋଇବାର କମାଣ୍ଡର ମୁଖତାର ଭଟ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ରହିଛି।
ତିନି ଜଣ ଆତଙ୍କବାଦୀଙ୍କୁ ଅବନ୍ତିପୋର ଅଞ୍ଚଳରେ ଏନକାଉଁଟର କରାଯାଇ ନିପାତ କରାଯାଇଛି । ଆଉ ଏକ ଆତଙ୍କବାଦୀ ବିଜବେହାରାରେ ନିପାତ କରାଯାଇଛି। ସେନା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣକୁ ଟାଳି ଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।
ଅବନ୍ତିପୋରାରେ ନିପାତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍ମର ଇ ତୋଇବାର କମାଣ୍ଡର ମୁଖତାର ଭଟ ରହିଛି । ଜଣେ ବିଦେଶୀ ଜେରା ସମୟରେ ଆତଙ୍କବାଦୀଙ୍କଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି । ଶ୍ରୀନଗରରେ ପୁଲିସ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ପୁଣି ସର୍ଚ ଅପରେ ସନ ଚାଲିଛି । ସାଧାରଣ ନାଗରିକଙ୍କ ଉପରେ ଗତ କିଛି ଦିନ ଧରି ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରୁଥିବାରୁ ସେନା-ପୁଲିସ ସର୍ଚ ଅପରେସନ ଚାଲୁ ରଖିଛି ।
Comments are closed.