Latest Odisha News

BREAKING NEWS

ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି; ସୀମାନ୍ତରୁ ଉଦ୍ଧାର ହେଲା ଲୁଟ୍‌ ବିସ୍ଫୋରକ

ରାଉରକେଲା: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଗତ ୨୭ ତାରିଖ ଦିନ ଲୁଟ୍ ହୋଇଥିବା ବିସ୍ଫୋରକରୁ ଅନେକ ଜବତ ହୋଇଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ବାଙ୍କୋ ଅଞ୍ଚଳରୁ ୪ ଟନ୍ ବିସ୍ଫୋରକ ଲୁଟି ନେଇଥିଲେ ମାଓବାଦୀ। ସୁରକ୍ଷା ବାହିନୀର ଯବାନମାନେ ଆଜି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସିଂହଭୂମ ଜିଲ୍ଲା ତିରିଲପୋଷି ଠାରେ ଜବତ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ ସୁରକ୍ଷା ବାହିନୀ ସହିତ ମାଓବାଦୀଙ୍କର ଗୁଳିବିନିମୟ ଜାରି ରହିଛି।

ଖବରମୁତାବକ, ଝାଡ଼ଖଣ୍ଡ-ଓଡ଼ିଶା ସୀମା ବାଙ୍କୋ ଖଣି ଅଞ୍ଚଳରୁ ମାଓବାଦୀ ୪ ଟନର ବିସ୍ଫୋରକ ଲୁଟିଥିବା ଖବର ସ୍ପଷ୍ଟ ହେବା ପରେ ଆରମ୍ଭ ହୋଇଥିଲା ଅପରେସନ୍ । ତିନି ରାଜ୍ୟ ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ପୋଲିସ୍ ଟିମ୍ ଏହି କମ୍ବିଂ ଅପରେସନ୍‌ କରିଥିଲେ । ସିଆରପିଏଫ୍ ବି ସହାୟତା ଦେଇଥିଲା । ଅପରେସନରେ ଖୋଦ୍ ସିଆରପିଏଫ୍ କମାଣ୍ଡର ଅସିତ୍ କୁମାରଙ୍କ ସହ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଟିମ୍ ସହ ବାଇକ ପଛରେ ବସି  ଯାଞ୍ଚ ଜୋରଦାର୍ କରିଥିଲେ । ଗତକାଲି ଏନ୍ଆଇଏ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା ।

ତେବେ ତେବେ କେତେ ପରିମାଣର ବିସ୍ଫୋରକ ଜବତ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ।

 

Comments are closed.