ହାଇଦ୍ରାବାଦ: କୁକୁରଙ୍କ ଆକ୍ରମଣରେ ନିଷ୍ପାପ ଶିଶୁର ମୃତ୍ୟୁ ଘଟିଛି । ମୃତ ଶିଶୁ ଜଣଙ୍କ ହେଉଛନ୍ତି ୪ ବର୍ଷୀୟ ପ୍ରଦୀପ । ରବିବାର ଦିନ ହାଇଦ୍ରାବାଦରେ ଏପରି ଅଭାବନୀୟ ଘଟିଥିବା ଜଣାପଡିଛି । ଆକ୍ରମଣ ସମୟର ପୁରା ଘଟଣା ସିସିଟିଭିରେ କଏଦ ହୋଇଛି ।
ପୋଲିସର ସୂଚନା ମୁତାବକ, ଜଣେ ୪ ବର୍ଷର କୁନି ପିଲା ରାସ୍ତାରେ ଯାଉଥିବା ବେଳେ ପ୍ରଥମେ କିଛି କୁକୁର ତାକୁ ଭୁକିଥିଲେ । ସେ ଡରି ଯାଇ ତଳେ ପଡ଼ିଗଲା । ଆଉ ତାପରେ ଗୋଟିଏ ପରେ ଗୋଟିଏ ବୁଲା କୁକୁର ଏକାଠି ହୋଇ, ସେଇ କୁନି ଛୁଆକୁ ଝୁଣି ଖାଇବାକୁ ଲାଗିଲେ । ତାର ଅଣ୍ଟା, ଗୋଡ଼, ବେକ ଆଦିରୁ କାମୁଡ଼ି ମାଂସ ଛିଣ୍ଡାଇବାକୁ ଲାଗିଲେ କୁକୁର । ଫଳରେ ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଥିଲା ।
#Horrific: 4-Year-Old Mauled to Death by Street Dogs in Hyderabad, CCTV Captures Incident pic.twitter.com/ecS8j4Kkcj
— Kamlesh Kumar Ojha🇮🇳 (@Kamlesh_ojha1) February 21, 2023
ମୃତ ଶିଶୁଟି ନିଜାମାବାଦ ଜିଲ୍ଲାର ଇନ୍ଦଲୱାଇ ମଣ୍ଡଳ ଅଞ୍ଚଳର ହୋଇଥିବାବେଳେ ତା’ର ବାପା ଗଙ୍ଗାଧର । ଚାରି ବର୍ଷ ପୂର୍ବେ ଚାକିରି ପାଇଁ ହାଇଦ୍ରାବାଦ ଆସିଥିଲେ । ସେ ଚୌରାଷ୍ଟା ଠାରେ କାର ସର୍ଭିସ ସେଣ୍ଟରରେ ସିକ୍ୟୁରିଟି ଭାବରେ କାର୍ଯ୍ୟ କରୁଥିଲେ । ସେ ତାଙ୍କ ପତ୍ନୀ ଜାନପ୍ରିୟା, ଛଅ ବର୍ଷର ଝିଅ ଏବଂ ପୁଅ ପ୍ରଦୀପଙ୍କ ସହ ବାଗ ଅମ୍ବରପେଟର ଏରୁକୁଲା ବସ୍ତିରେ ରହୁଥିଲେ । ରବିବାର ଛୁଟିଦିନ ଥିବାରୁ ସେ ଝିଅ ଓ ପୁଅକୁ ସାଙ୍ଗରେ ନିଜ କର୍ମସ୍ଥଳକୁ ନେଇ ଯାଇଥିଲେ । ଗଙ୍ଗାଧର ଝିଅକୁ ପାର୍କିଂ ସ୍ଥଳରେ ଥିବା କ୍ୟାବିନରେ ରହିବାକୁ କହିଥିବା ବେଳେ ପୁଅକୁ ସର୍ଭିସ ସେଣ୍ଟର ଭିତରକୁ ନେଇଥିଲେ । ସେଠାରେ ପ୍ରଦୀପ ଖେଳୁଥିବା ସମୟରେ ଗଙ୍ଗାଧର ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ ।
ତେବେ କିଛି ସମୟ ଖେଳିବା ପରେ ଶିଶୁଟି ଭଉଣୀକୁ ଖୋଜିବାକୁ କ୍ୟାବିନ ପଟକୁ ଯାଇଥିଲା। ଏହି ସମୟରେ କୁକୁର ମାନେ ଆକ୍ରମଣ କରିଥିଲେ । ଶିଶୁଟିକୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନେଇଥିଲେ ହେଲେ ସେଠାରେ ଶିଶୁଟିର ଜୀବନ ଚାଲିଯାଇଥଇଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
Comments are closed.