Latest Odisha News

BREAKING NEWS

ବିଗ୍ ବସ ବଦଳାଇ ଦେଲା ଟିଭି ତାରକାଙ୍କ ଭାଗ୍ୟ : ଅଫର ପରେ ଅଫର

ମୁମ୍ବାଇ: ରିଅଲିଟି ସୋ ବିଗ୍ ବସ୍ ସିଜିନ୍‌-୧୬ରେ ପ୍ରତିଯୋଗୀ ସାଜିଥିବା କିଛି ଛୋଟ ପରଦାର କଳାକାରଙ୍କ ପାଖରେ ଏବେ ଅଫର ପରେ ଅଫର । ବିଗ୍‌ବସ ସେମାନଙ୍କ ଭାଗ୍ୟ ବଦଳାଇ ଦେଇଛି । କେବଳ ସେତିକି ନୁହେଁ ସେମାନେ କାମ ପାଇଁ ଅଧିକ ପାରିଶ୍ରମିକ ଚାର୍ଜ କରୁଥିବା ମଧ୍ୟ ଜଣାଯାଇଛି । ବିଗ୍‌ବସ ଘରୁ ବାହାରିବା ପରେ ଏବେ କିଛି ସଦସ୍ୟଙ୍କ ନିକଟରେ ବଡ଼ ବଡ଼ ନିର୍ମାତାଙ୍କ ଲମ୍ବା ଲାଇନ ଲାଗିଛି ।

କଲର୍ସ ଚ୍ୟାନେଲରେ ପ୍ରସାରିତ ରିଅଲିଟି ଶୋ ‘ବିଗ୍ ବସ୍ ସିଜିନ୍‌-୧୬’ ନିକଟରେ ଶେଷ ହୋଇଛି । ଏଥିରେ ଏମସି ଷ୍ଟାନ୍ ବିଜେତା ହୋଇଥିବା ବେଳେ ଶିବ ଠାକ୍‌ରେ ପ୍ରଥମ ଏବଂ ପ୍ରିୟଙ୍କା ଚହର ଚୌଧୁରୀ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି ।
ବିଗ୍ ବସ ଘରୁ ବାହାରିବା ପରେ ପ୍ରିୟଙ୍କାଙ୍କୁ ବଲିଉଡ଼ରେ ତତ୍‌କ୍ଷଣାତ୍ ଅଫର ମିଳିଥିବାରୁ ସେ ବେଶ୍ ଖୁସି ଅଛନ୍ତି । ସଲମନ୍ ଖାଁ ତାଙ୍କ ଆଗାମୀ ଫିଲ୍ମ ପାଇଁ ତାଙ୍କୁ ଅଫର ଦେଇଛନ୍ତି । ସେହିପରି ସୁମ୍ବଲ ଟାଉକର ‘କୁଡଲି ଭାଗ୍ୟ’ ଏକ ଶୋରେ ମୁଖ୍ୟ ଭୂମିକାର ଅଭିନୟ କରିବାକୁ ଅଫର ପାଇଛନ୍ତି । ଟିନା ଦତ୍ତା କଲର୍ସ ଚ୍ୟାନେଲରେ ପ୍ରସାରିତ ହେବାକୁ ଥିବା ‘ଦୁର୍ଗା ଏବଂ ଚାରୁ’ରେ ମୁଖ୍ୟ ଭୂମିକାରେ ନଜରକୁ ଆସିବେ । ଏକତା କପୁରଙ୍କ ପ୍ରଡ଼କ୍ସନ ପକ୍ଷରୁ ଶାଲିନ୍ ଭାନୋଟ୍‌ଙ୍କୁ ମଧ୍ୟ ଅଫର ମିଳିଛି । ଏହାପୂର୍ବରୁ ଅଙ୍କିତା ଗୁପ୍ତା ଏବଂ ଗୌତମ ବେଜ୍‌ଙ୍କୁ ‘ଜୁନୁନିୟ’ରେ ଅଫର ମିଳିସାରିଛି । ଅନ୍ୟପକ୍ଷରେ, ପ୍ରିୟଙ୍କା ଓ ଅଙ୍କିତ ଏକ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସିବେ । ଶାଲିନ୍ ଭାନୋତ୍‌ଙ୍କୁ ଏକ ଫିଲ୍ମରେ ମୁଖ୍ୟ ଭୂମିକାର ଅଫର ମଧ୍ୟ ମିଳିଛି ।

Leave A Reply

Your email address will not be published.