Latest Odisha News

ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ

ଭୁବନେଶ୍ୱର  : ଗାଧୁଆ ଘରୁ ଉଦ୍ଧାର ହେଲା ୪୫ଟି ଧଣ୍ଡ ସାପ ଛୁଆ । ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଡକଣ ସ୍ଥିତ ଏକ ଘରୁ ଉଦ୍ଧାର ହୋଇଛି ୪୫ଟି ସାପ । ଗାଁରେ ରହୁଥିବା ଲବଣୀ ପ୍ରଧାନଙ୍କ ଗାଧୁଆ ଘରୁ ସାପ ଛୁଆ ଦେଖିବା ପରେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ଘଟଣାସ୍ଥଳରେ ପହଞ୍ଚି ଏକ ସ୍ଥାନରେ ଦୁଇ ଟାଇଲ ମଧ୍ୟରେ ଥିବା ଫାଙ୍କରେ ସାପ ଛୁଆକୁ ହାତୁଡି ସାହାଯ୍ୟରେ ବାହାର କରାଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ୪୫ଟି ଧଣ୍ଡ ସାପ ଛୁଆ ମଧ୍ୟରୁ ୫ଟି ଅଣ୍ଡା ଫୁଟି ନଥିଲା । ସାପ ଛୁଆ ମାନଙ୍କୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ପାଣି ନାଳରେ ଛାଡି ଦିଆଯାଇଛି ।

ଲୁହା ଶାବଳ ସାହାଯ୍ୟରେ ଟାଇଲ କୁ ଭାଙ୍ଗି ଚଟାଣ କୁ ଖୋଳିବା ପରେ, ଅନେକ ଗୁଡିଏ ଧଳା ରଙ୍ଗର ଅଣ୍ଡା ପରସ୍ପର ଦେହରେ ଲାଗିଥିବା ଦେଖା ଗଲା । ଏଣେ ଗୋଟିଏ ପରେ ଗୋଟିଏ ସାପ ଛୁଆ ବାହାରି ଏଣେ ତେଣେ ବୁଲିବାରେ ଲାଗିଲେ । ସବୁ ସାପ ଛୁଆଙ୍କୁ ଏକ ଅଣ୍ଡା ସହିତ ବାଲଟି ଭିତରେ ରଖିଚାଲିଲେ ପୂର୍ଣ୍ଣ ।

ପୂର୍ଣ୍ଣଚନ୍ଦ୍ର ଙ୍କୁ ସହାୟତା କରିବା ପାଇଁ ସ୍ନେକ ହେଲ୍ପ ଲାଇନ ର ଆଉ ଜଣେ ସଦସ୍ୟ ଆଶିଷ ବେହେରା ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଲେ । ଉଭୟ ପୂର୍ଣ୍ଣ ଓ ଆଶିଷ ମିଶି ୪୦ ଟି ଧଣ୍ଡ ସାପ ଛୁଆ ଉଦ୍ଧାର କରିଥିଲେ । ୫ ଟି ଅଣ୍ଡା ଫୁଟି ନଥିଲେ ମଧ୍ୟ, ଆଉ ୩ ଘଣ୍ଟା ପରେ ସେଗୁଡିକ ମଧ୍ୟ ଫୁଟିଯାଇଥିଲେ । ତେବେ ମା’ ସାପର ଦେଖା ମିଳି ନଥିଲା ।

ସକାଳ ୭ରୁ ଆରମ୍ଭ ହୋଇଥିବା ପୂରା ରେସକ୍ୟୁ ଅପରେସନ ସରିବା ପାଇଁ ଦୀର୍ଘ ୫ ଘଣ୍ଟା ଲାଗିଥିଲା ।

Comments are closed.