Latest Odisha News

BREAKING NEWS

ରୋଷେଇ ସିଲିଣ୍ଡର ଫାଟି ନବଜାତ ଶିଶୁର ମୃତ୍ୟୁ, ୪ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ନିକଟସ୍ଥ ମିର୍ଜାପୁରଠାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଏଲପିଜି ସିଲିଣ୍ଡର ବିସ୍ଫୋରଣରେ ଜଣେ ୪୦ ଦିନର ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଶେଖ ଭାଲୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଏହି ଅଘଟଣ ଘଟିଛି। ସନ୍ଧ୍ୟାରେ ପତ୍ନୀ ରୋଷେଇ କରୁଥିବା ବେଳେ ହଠାତ୍ ସିଲିଣ୍ଡରରେ ନିଆଁ ଲାଗିଯାଇଥିଲା।

ଏହି ଦୁର୍ଘଟଣାରେ ଶେଖ ଭାଲୁଙ୍କ ୪୦ ଦିନର ଶିଶୁପୁତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଦମ୍ପତି, ତାଙ୍କର ଦ୍ୱିତୀୟ ଝିଅ ଏବଂ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ପାଟି ଶୁଣି ପଡ଼ୋଶୀମାନେ ଆସି ପରିବାର ଲୋକଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ।

ସେମାନେ ଶେଖ ଭାଲୁଙ୍କ ଛଅ ବର୍ଷର ଝିଅ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।

ଏହି ଘଟଣା ଗତକାଲି ଅପରାହ୍ନ ପ୍ରାୟ ୩ଟା ୨୮ ମିନିଟରେ ଘଟିଥିଲା। ଭାଲୁ, ତାଙ୍କ ସ୍ତ୍ରୀ ଓ ତାଙ୍କ ମଝିଆ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ବଡ଼ ଝିଅ ସୁରକ୍ଷିତ ଅଛନ୍ତି ବୋଲି ଜଣେ ସମ୍ପର୍କୀୟ କହିଛନ୍ତି।

ସ୍ଥାନୀୟ ତହସିଲଦାର ନିର୍ଲିପ୍ତ ମହାନ୍ତି କହିଛନ୍ତି,ଶିଶୁଟିକୁ ଉଦ୍ଧାର କରାଯାଇ ପାରି ନ ଥିବାରୁ ଦୁର୍ଘଟଣାରେ ତା’ର ମୃତ୍ୟୁ ଘଟିଛି। ଦମ୍ପତି ଓ ତାଙ୍କ ଝିଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାୟାଇଛି। ପ୍ରଶାସନ ତାଙ୍କ ପରିବାର ସହ ଅଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.