Latest Odisha News

ବାତ୍ୟା ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା

ଭୁବନେଶ୍ୱର: ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ l ଆଜି କ୍ବାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ l ବାତ୍ୟା ପାଇଁ ଭୁବନେଶ୍ବରରେ ପବନର ବେଗ ୩୫ରୁ ୪୦ କିମି ରହିବ l ଏହି ତୀବ୍ରତାରେ ବିମାନ ଉଡ଼ିବା ସୁରକ୍ଷିତ ନୁହେଁ l ତେଣୁ ଆଜି ସନ୍ଧ୍ୟାରେ ଆଜି ସନ୍ଧ୍ୟା ୫ରୁ କାଲି ସକାଳ ୯ ପର୍ଯ୍ୟନ୍ତ ବିମାନ ବନ୍ଦ ରହିବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ l

ଗତକାଲି ରାତିରେ ଏ ନେଇ ଜରୁରୀକାଳୀନ ବୈଠକ ବସିଥିଲା l ତେଣୁ ସବୁ ଅଂଶୀଦାର ନିଷ୍ପତ୍ତି ନେଲୁ ଯେ ଆଜି ସନ୍ଧ୍ୟା ୫ ଟାରୁ ଆସନ୍ତାକାଲି ସକାଳ ୯ ଯାଏଁ ବିମାନ ସେବା ବନ୍ଦ ରହିବ l କାଲି ସକାଳେ ପୁଣି ସମୀକ୍ଷା ହେବ l ତାପରେ ବିମାନ ଉଡିବ କି ବନ୍ଦ ରହିବ ସେନେଇ ନିଷ୍ପତ୍ତି ନେବୁ l ଏଥିରେ ୪୦ ବିମାନ ସେବା ପ୍ରଭାବିତ ହେବ l ଯେଉଁଥିରେ କିଛି ବନ୍ଦ ରହିବ, କିଛି ବିଳମ୍ବ ହେବ, କିଛି ରିସିଡ୍ୟୁଲ ହେବ କି ଟିକେଟ କ୍ୟାନସଲ ହେବ l ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ବଡ଼ l

ଏବେ ଦିଲ୍ଲୀ ହେଡ଼କ୍ୱାର୍ଟର ଓ ବେସାମାରିକ ବିମାନ ଚଳାଚଳ ମନ୍ତ୍ରାଳୟ ମନିଟରିଂ କରୁଛନ୍ତି l ସେମାନେ ଆମକୁ ବୈଷୟିକ ନିର୍ଦେଶ ଦେଇଛନ୍ତି l ବାତ୍ୟା ପର ଗାଇଡ଼ଲାଇନ ଅନୁସାରେ ପୁଣି ବିମାନ ସେବା ନେଇ ନିଷ୍ପତ୍ତି ନିଆଯିବ l ଅନ୍ତର୍ଜାତୀୟ ବିମାନ ଭାବେ ଆଜି କୁଆଲାମପୁର ବିମାନ ସେବା ବି ବନ୍ଦ ରହିବ l ଯେଉଁମାନେ ଟିକେଟ କରିଛନ୍ତି, ବିମାନ କମ୍ପାନୀ ସମ୍ପୂର୍ଣ୍ଣ ରିଫଣ୍ଡ ହେବ ନଚେତ ରିସିଡ୍ୟୁଲ ହେବ ବୋଲି କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ l

Leave A Reply

Your email address will not be published.