ବେଙ୍ଗାଲୁରୁ: କରୋନା ପରୀକ୍ଷଣର ଫଳାଫଳ ଅପଲୋଡ୍ କରିବାରେ ବିଳମ୍ବ ହେତୁ ୪୦ଟି ଲ୍ୟାବକୁ ୨୦.୨୦ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି। ଏ ନେଇ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ସି ଏନ ଅଶ୍ୱତ ନାରାୟଣ ସୋମବାର କହିଛନ୍ତି।
ତାଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ କୋଭିଡ୍ ଟେଷ୍ଟ ଦାୟିତ୍ୱରେ ଥିବା ନୋଡାଲ ମୁଖ୍ୟ ଶାଲିନୀ ରଜନୀଶ ଏହି ସୂଚନା ଡିସିଏମକୁ ପ୍ରଦାନ କରିଛନ୍ତି ବୋଲି ତାଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।
ଜୋରିମାନା ମଧ୍ୟରେ ୯ ଟି ସରକାରୀ ଏବଂ ୩୧ ଟି ଘରୋଇ ଲ୍ୟାବ ଅନ୍ତର୍ଭୁକ୍ତ।
Comments are closed.