କଟକ:ଜିଲ୍ଲାର ୪୦ଟି ବାଲିଘାଟକୁ ନିଲାମ ପାଇଁ ଜିଲ୍ଲା ଖଣି ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ଆବେଦନ କରିବାର ଶେଷ ସମୟ ସେପ୍ଟେମ୍ବର ୨୧ ତାରିଖ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୬ ତାରିଖ ମଧ୍ୟରେ ଟେଣ୍ଡର ଖୋଲାଯିବ । ସୂଚନାଥାଉକି, ଚଳିତ ଥର ପ୍ରଥମ ଥର ଲାଗି ବାଲିଘାଟଗୁଡିକ ନିଲାମ ଇ-ଲଟେରୀ ଜରିଆରେ ଆବଣ୍ଟନ କରାଯାଉଛି । ଅକ୍ଟୋବର ୧୨ରୁ ୧୬ ତାରିଖ ମଧ୍ୟରେ ଇ-ଲଟେରୀ ଜରିଆରେ ଉପଯୁକ୍ତ ନିଲାମଧାରୀଙ୍କୁ ବଛାଯିବ ।
ସୂଚନାଥାଉକି, କଟକ ବଡ଼ମ୍ବାରେ ୩ଟି ବାଲିଘାଟ ରହିଥିଲାବେଳେ କଟକ ସଦରରେ ୫ଟି ବାଲିଘାଟ, କଣ୍ଟାପଡ଼ା ତହସିଲ୍ରେ ଗୋଟିଏ, କିଶୋରନଗର ଏବଂ ନିଶ୍ଚିନ୍ତକୋଇଲି ତହସିଲ୍ରେ ସର୍ବାଧିକ ୯ଟି ଲେଖାଏଁ ବାଲିଘାଟ, ନରସିଂହପୁର ତହସିଲ୍ରେ ୬ଟି, ତିଗିରିଆ ତହସିଲ୍ରେ ୨ଟି ପଥର ଖଣି, ଆଠଗଡ଼ରେ ଗୋଟିଏ ମୋରମ୍ ଖଣି, ଡମପଡ଼ାରେ ଗୋଟିଏ ମୋରମ ଖଣି, ଟାଙ୍ଗୀ-ଚୌଦ୍ୱାରରେ ମୋରମ୍ ଖଣିର ନିଲାମ ପାଇଁ ସ୍ଥିର ହୋଇଛି ।
ପ୍ରତ୍ୟେକ ବାଲିଘାଟରୁ ବାର୍ଷିକ ୫୦ ହଜାର ଘନଫୁଟ୍ରୁ ୯୫ ହଜାର ଘନଫୁଟ୍ ପର୍ଯ୍ୟନ୍ତ ବାଲି ଉଠିପାରିବ ବୋଲି ଧାର୍ଯ୍ୟ ହୋଇଛି । ପ୍ରତି ଘନମିଟର ପିଛା ୭୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ଖବରମୁତାବକ, କିଛି ବାଲିଘାଟର ଅବଧି ପ୍ରାୟ ଦୁଇ ତିନି ବର୍ଷ ତଳୁ ଶେଷ ହୋଇଥିଲା । ଏଥିରେ ଆଉ କିଛି ବାଲିଘାଟ ନୂଆ ମଧ୍ୟ ରହିଛି ।

