ଭୁବନେଶ୍ୱର: ପୁଣେସ୍ଥିତ ମାଇଁ ଲ୍ୟାବରୁ ପାଖାପାଖି ୪,୦୦୦ କୋଭିଡ୍-୧୯ ଟେଷ୍ଟ କିଟ୍ ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଭୁବନେଶ୍ୱରରେ ଆଜି ପହଞ୍ଚିବା ନେଇ ଓଡ଼ିଶା ରାଜ୍ୟ ମେଡ଼ିକାଲ୍ କର୍ପୋରେସନ ପକ୍ଷରୁ ସୂଚନା ମିଳିଛି ।
ଏହାବ୍ୟତୀତ, କରୋନା ଭୂତାଣୁର ମୁକାବିଲା ଲାଗି ଆରଏନଏ ଏକସଟ୍ରାକ୍ସନ କିଟ୍, ପିପିଇ ଓ ଭିଟିଏମ ମଧ୍ୟ ଓଡ଼ିଶାରେ ପହଞ୍ଚିବା ନେଇ ସୂଚନା ମିଳିଛି ।
କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ନିମ୍ନରେ ପ୍ରଦତ୍ତ। ଆଇସିଏମଆର ସ୍ୱୀକୃତ କୋଭିଡ-୧୯ ରାପିଡ୍ ଟେଷ୍ଟି୍ଂ କିଟ୍ କିଣିବା ପାଇଁ କ୍ୟାବିନେଟ୍ ଅନୁମୋଦନ କରିଛି। ଏକ ଲକ୍ଷ ରାପିଡ୍ ଟେଷ୍ଟି୍ଂ କିଟ୍ କିଣାଯିବ। ଏହା ଦ୍ୱାରା ଅଳ୍ପ ସମୟରେ ଅଧିକ କରୋନା ପରୀକ୍ଷା ହୋଇପାରିବ। #OdishaFightsCorona pic.twitter.com/H5qjouuiVb
— H & FW Dept Odisha (@HFWOdisha) April 9, 2020
Comments are closed.