Latest Odisha News

BREAKING NEWS

PM Modi Visit Bihar:ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୪୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପ ଦେବେ ଭେଟି

ପାଟନା: ଆଜି ବିହାର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ କୋଲକାତାରେ ସଶସ୍ତ୍ର ବଳଗୁଡ଼ିକର ସଂଯୁକ୍ତ କମାଣ୍ଡରଙ୍କ ସମ୍ମିଳନୀର ଉଦ୍‌ଘାଟନ କରିବେ ଏବଂ ଏହାପରେ ଅପରାହ୍ନରେ କୋଲକାତାରୁ ବାହାରି ବିହାରର ପୂର୍ଣ୍ଣିଆ ଗସ୍ତ କରିବେ ମୋଦି। ସେଠାରେ ସେ ୪୦ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଏହାପରେ ଜନସଭାକୁ ସମ୍ବୋଧନ କରିବେ।

ମୋଦି ପୂର୍ଣ୍ଣିଆ ବିମାନବନ୍ଦରର ନବନିର୍ମିତ ଟର୍ମିନାଲ ସହିତ ରାଷ୍ଟ୍ରୀୟ ମଖାନା ବୋର୍ଡର ଉଦ୍‌ଘାଟନ ମଧ୍ୟ କରିବେ। ଚଳିତବର୍ଷ ଆରମ୍ଭରେ କେନ୍ଦ୍ର ବଜେଟ୍‌ରେ ଏହି ବୋର୍ଡ ନେଇ ଘୋଷଣା ହୋଇଥିଲା। ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୂର୍ଣ୍ଣିଆରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିହାର ପିରପୈନ୍ତି ଭାଗଲପୁର ଠାର ୩୮୦୦ ମେଗାୱାଟ୍ ତାପଜ ବିଦ୍ୟୁତ ପ୍ରକଳ୍ପ, କୋସି-ମେଚି ଆନ୍ତଃରାଜୃ ନଦୀ ସଂଯୋଗ ପ୍ରକଳ୍ପ, ବିକ୍ରମଶିଳା-କଟରିଆ ମଧ୍ୟରେ ନୂଆ ରେଳ ଲାଇନ୍, ସୁପୌଲ ତଥା କଟିହାର ଜିଲ୍ଲା ଇଣ୍ଟରସେପ୍ସନ ଏବବଂ ଡାଇଭର୍ସନ ଏବଂ ସ୍ବରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି) କାର୍ଯ୍ୟ, ଦରଦଙ୍ଗାର କଟିହାର ଏବଂ ଭାଗଲପୁରଠାରେ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ।

ସେହିଭଳି ପୂର୍ଣ୍ଣିଆ ବିମାନ ବନ୍ଦରଠାରେ ମଧ୍ୟବର୍ତ୍ତୀ ଟର୍ମିନାଲ ଭବନ, ଅଗରିଆ-ଗଲଗଲିଆ ମଧ୍ୟରେ ନୂଆ ରେଳ ଲାଇନ୍, ନମାନି ଗଙ୍ଗେ କାର୍ଯ୍ୟସୂଚୀ ଅନ୍ତର୍ଗତ ଭାଗଲପୁର ଠାରେ ବର୍ଜ୍ୟବସ୍ତୁ ସ୍ବରେଜ ଟ୍ରିଟମେଣ୍ଟ (ଏସଟିପି) ଏବଂ ଇଣ୍ଟରସେପ୍ସନ ତଥା ଡାଇଭରର୍ସନ (ଆଇ ଆଣ୍ଡ ଡି) ଏବଂ ପୂର୍ଣ୍ଣିଆଠାରେ ସ୍ବଦେଶୀ ବୋଭାଇନ୍ ସେକ୍ସ- ସର୍ଟେଡ୍ ସିମେନ୍ ଉତ୍ପାଦନ ସୁବିଧାର ଉଦ୍‌ଘାଟନ କରିବେ। ଏଥିସହିତ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩୫୬୦୦ ହିତାଧିକାରୀ ଏଂ ସହରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୯୨୦ ହିତାଧିକାରୀ ଗୃହ ପ୍ରବେଶ କରିବେ।

Comments are closed.