Latest Odisha News

ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇଁ କନ୍ୟା ମିଳୁନି !

ମାଡ୍ରାସ: ତାମିଲନାଡୁରେ ୪୦ ହଜାରରୁ ଊର୍ଦ୍ଧ୍ୱ ବ୍ରାହ୍ମଣ ଯୁବକଙ୍କ ପାଇ ନିଜ ଜାତିରେ କନ୍ୟା ମିଳୁ ନାହାନ୍ତି । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ଏବେ ସେମାନେ ବିହାର ଏବଂ ଉତରପ୍ରଦେଶ ବ୍ରାହ୍ମଣ ଘରୁ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି । ତାମିଲନାଡୁ ବ୍ରାହ୍ମଣ ଆସୋସିଏଶନ ଅଧ୍ୟକ୍ଷ ଏନ ନାରାୟଣନ ଏକ ସାକ୍ଷାତକାରରେ ଏହା କହିଛନ୍ତି । ଥେକଲାଇ ଓ ବଡକୁଲାଇ ବ୍ରାହ୍ମଣଙ୍କ ମଧ୍ୟରେ ବିବାହ ସମ୍ଭବ ନ ଥିବା ବେଳେ ଏବେ କିନ୍ତୁ ଏଥିନେଇ ସମସ୍ତେ ଏକମତ ହେବା ଆରମ୍ଭ କରିଛନ୍ତି ।

ପୂର୍ବରୁ ହିନ୍ଦୀ ଭାଷାଭାଷୀ ବ୍ରାହ୍ମଣଙ୍କ ଚଳଣି ଏବଂ ଦକ୍ଷିଣ ଭାରତର ପଣ୍ଡିତ ମଧ୍ୟରେ ମତଭେଦ ରହୁଥିଲା । ଏବେ କିନ୍ତୁ ପରିସ୍ଥିତି ଅନୁସାରେ ଉଭୟ ରାଜ୍ୟର ବ୍ରାହ୍ମଣମାନେ ବିବାହ ନେଇ ବୁଝାମଣା କରିବାକୁ ରାଜି ହେବା ଆରମ୍ଭ କଲେଣି ।

Comments are closed.