Latest Odisha News

ଜଟଣୀରୁ ୪୧ ଗ୍ରାମ ଓଜନର ବ୍ରାଉନସୁଗାର ଜବତ, ୨ ଗିରଫ

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ବ୍ରାଉନସୁଗାର ଜବତ । ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଉଭୟଙ୍କ ନିକଟରୁ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ଏବଂ ୪ ହଜାର ୩୭୦ ଟଙ୍କା ଜବତ ହୋଇଛି ।

BjdElectrycity

ଖବର ମୁତାବକ, ବେଆଇନ ବ୍ରାଉନସୁଗାର ବିକ୍ରୟ ଅଭିଯୋଗରେ ଜଟଣୀ ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ୍ ସେଞ୍ଚୁରିଅନ ୟୁନିଭରସିଟି ନିକଟସ୍ଥ ମା’ ଖଣ୍ଡୁଆଳ ମନ୍ଦିର ସମ୍ମୁଖରେ ଅତର୍କିତ ଚଢଉ କରିଥିଲେ । ଚଢାଉ ବେଳେ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା ଟିମ୍ ।

ଛାନଭିନ ସମୟରେ ପୋଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ଦୁଇ ଗୋଟି ପୃଥକ ପଲିଥିନ ପ୍ୟାକେଟରେ ମୋଟ ୪୧ ଗ୍ରାମ ଓଜନର ବ୍ରାଉନ ସୁଗାର ସହ ନଗଦ ୪ ହଜାର ୩୭୦ ଟଙ୍କା ଜବତ କରିଥିଲା ।

ପଚରାଉଚରା ସମୟରେ ଉଭୟ ଅଭିଯୁକ୍ତ ଏହି ବ୍ରାଉନସୁଗାରକୁ ଜଳେଶ୍ବର ଅଞ୍ଚଳରୁ ଆଣି ଭୁବନେଶ୍ବରରେ ବିକ୍ରି କରୁଥିବା କଥା ସ୍ଵୀକାର କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ବ୍ରାଉନସୁଗାର ବିକ୍ରି ଜନିତ ମାମଲା ରୁଜୁ କରିବା ସହିତ ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

 

Leave A Reply

Your email address will not be published.