Latest Odisha News

BREAKING NEWS

କଟକ ରେଳ ଷ୍ଟେସନ ରେ ମିଳିବ ମାଣିଆବନ୍ଧ ଶାଢି

କଟକ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଦିଲ୍ଲୀ ଫେରିଯାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏହି ସମୟରେ ଅନେକ ସ୍ଥାନ ଭ୍ରମଣ କରିବା ସହ ବୈଠକ ଓ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହାରି ଭିତରେ ରବିବାର କେନ୍ଦ୍ର ମନ୍ତ୍ରୀ କଟକ ଗସ୍ତରେ ଆସି ଆଠଗଡ ଓ ବଡମ୍ବା ନିର୍ବାଚନମଣ୍ଡଳୀ ର ବିଭିନ୍ନ ସ୍ଥାନରେ ଆୟୋଜିତ ସମ୍ମିଳନୀରେ ଯୋଦଗେଇଛନ୍ତି ।

ଏହି ଅବସରରେ ସେ କଟକ ଷ୍ଟେସନରେ ମାଣିଆବନ୍ଧ ଶାଢି ମିଳିବା ପାଇଁ ସ୍ବତନ୍ତ୍ର ଷ୍ଟଲ୍ ଖୋଲାଯିବ ବୋଲି କହିଛନ୍ତି । ଏହାସହ ରେଳ ସଂଯୋଗ ନଥିବା ବଡମ୍ବା-ନରସିଂହପୁରକୁ ରେଳ ସଂଯୋଗ କରାଯିବା ନେଇ କହିଛନ୍ତି । ଏହାସହ ଗୋବରା ପଞ୍ଚାୟତ ସ୍ଥିତ ଗୁରୁଡି ଝାଟିଆ ରେଳ ଷ୍ଟୋସନ ନିକଟରେ ଦୀର୍ଘ ଦିନ ଧରି ଲାଗିରହିଥିବା ଜଳ ନିଷ୍କାସନ ସମସ୍ୟାର ଆସନ୍ତା ତିନି ମାସ ଭିତରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।

Leave A Reply

Your email address will not be published.