Latest Odisha News

BREAKING NEWS

Naxals Surrender: କୋଟିଏ ଟଙ୍କାର ପୁରସ୍କାର ରାଶି ଥିବା ୪୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ପୋଲିସକୁ ବଡ ସଫଳତା । ପୁଣି ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ନାଁ ୧ କୋଟି ୧୯ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ପିଏଲଜିଏ ବାଟାଲିୟନ ନମ୍ବର ୧ର ୫ ଜଣ, ଏସିଏମ ୩ ଜଣ, ଏରିଆ କମିଟି ପାର୍ଟି ସଦସ୍ୟ ୧୧ ଜଣ, ପିଏଲଜିଏ ସଦସ୍ୟ ୨ଜଣ, ମିଲିସିଆ କମାଣ୍ଡର ୪ ଜଣ, ମିଲିସିଆ ଡେପୁଟି କମାଣ୍ଡର ଜଣେ, ମିଲିସିଆ ପ୍ଲାଟୁନ ସଦସ୍ୟ ୬ ଜଣ, ଅନ୍ୟ ଡିକେଏମଏସ ସଦସ୍ୟ, ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କୁ ମିଶାଇ ୯ ଜଣ ବୋଲି ପୁଲିସ କହିଛି । ଏମାନଙ୍କ ମଧ୍ୟରେ ୧୨ ଜଣ ମହିଳା ନକ୍ସଲ ରହିଥିବା ବେଳେ ୨୯ ଜଣ ପୁରୁଷ ନକ୍ସଲ ରହିଛନ୍ତି ।

ବିଜାପୁର ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଯିତେନ୍ଦ୍ର କୁମାର ଯାଦବ ଏବଂ ସିଆରପିଏଫ କମାଣ୍ଡାଣ୍ଟଙ୍କ ସମ୍ମୁଖରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

ତେବେ ବର୍ତ୍ତମାନ ସୁଦ୍ଧା ବିଜାପୁର ଜିଲ୍ଲାରେ ୫୨୮ ଜଣ ମାଓବାଦୀ ଗିରଫ ହୋଇଥିବା ବେଳେ ୫୬୦ ଜଣ ମାଓବାଦୀ ଆତ୍ମସମର୍ପଣ କରିସାରିଛନ୍ତି । ଗୁଳିବିନିମୟରେ ୧୪୪ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ କହିଛି ।

 

Comments are closed.