ହାଇଦ୍ରାବାଦ: ମାଓ ସଂଗଠନକୁ ଏକ ବଡ଼ ଝଟକା । ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ୪୧ ମାଓବାଦୀ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏଥିରେ କମ୍ପାନୀ ପ୍ଲାଟୁନ୍ କମିଟି ଏବଂ ଡିଭିଜନାଲ୍ କମିଟି ସ୍ତରରେ ଛଅ ଜଣ ବରିଷ୍ଠ ଅଧିକାରୀ ଅନ୍ତର୍ଭୁକ୍ତ।
ତେଲେଙ୍ଗାନା ପୋଲିସ ମହାନିର୍ଦ୍ଦେଶକ ବି. ଶିବଧର ରେଡ୍ଡୀ ଏକ ବିବୃତ୍ତିରେ କହିଛନ୍ତି ଯେ ଆତ୍ମସମର୍ପଣ କରିଥିବା କ୍ୟାଡରମାନେ ହିଂସାର ପଥ ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ଘୋଷଣା କରିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ପୋଲିସକୁ ୨୪ଟି ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିଛନ୍ତି । ଯେଉଁଥିରେ ଗୋଟିଏ INSAS LMG,୩ଟି AK-47 ରାଇଫଲ୍, ୫ଟି SLR ରାଇଫଲ୍ ଏବଂ ବିଭିନ୍ନ କ୍ୟାଲିବରର ୭୩୩ଟି ଜୀବନ୍ତ କାର୍ଟ୍ରିଜ୍ ଅନ୍ତର୍ଭୁକ୍ତ।
ପୋଲିସର କହିବା ଅନୁଯାୟୀ, ଏହି ଆତ୍ମସମର୍ପଣ ସିପିଆଇ (ମାଓବାଦୀ)ର ସାଂଗଠନିକ ଶକ୍ତି, ମନୋବଳ ଏବଂ ନେତୃତ୍ୱ ବିଶ୍ୱସନୀୟତାରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସକୁ ପ୍ରତିଫଳିତ କରୁଛି।