Latest Odisha News

BREAKING NEWS

ନଦର୍ଣ୍ଣ ଆଲିୟାନ୍ସର କଡା ଜବାବ: ୪୧ ତାଲିବାନ ମୃତ, ୨୦ ବନ୍ଧକ !

କାବୁଲ: ଆଫଗାନିସ୍ତାନରେ ୨ ଦିନ ଧରି ଚାଲିଥିବା ନଦର୍ଣ୍ଣ ଆଲିୟାନ୍ସ ଓ ତାଲିବାନ ସଂଘର୍ଷର କେତେକ ରିପୋର୍ଟ ପ୍ରକାଶ ପାଇଛି । ରିପବ୍ଲିକ ଭାରତ ଅନୁସାରେ ନଦର୍ଣ୍ଣ ଆଲାୟନ୍ସ କାଂଉଟର ଆଟାକରେ ୪୧ ତାଲିବାନ ମୃତ୍ୟୁବରଣ କରିଥିବା ବେଳେ ୨୦ ଜଣଙ୍କୁ ବନ୍ଧକ ରଖାଯାଇଛି । ପଂଜଶିରକୁ କବଜା କରିବା ପାଇଁ ତାଲିବାନ ପ୍ରଥମେ ଆକ୍ରମଣ କରିଥିଲା । ଏପରିକି ଏହାର ଦୁଇ ଦିନ ପୂର୍ବରୁ ଘାଟିରେ ଇଂଟରନେଟ ଏବଂ ଫୋନ କନେକ୍ସନ ବନ୍ଦ କରି ଦିଅଯାଇଥିଲା । ଅହମ୍ମଦ ମସୁଦ ନେତୃତ୍ୱାଧୀନ ଫୋର୍ସ ତାଲିବାନ ଆକ୍ରମଣର କଡା ଜବାବ ଦେଇଛନ୍ତି ।

ନଦର୍ଣ୍ଣ ଆଲିୟାନ୍ସର କମାଣ୍ଡର ହାସିବ କହିଛନ୍ତି ଯେ, ତୁମେମାନେ ପଂଜଶିରରେ ପ୍ରବେଶ କରିପାରିବ ମାତ୍ର ବାହାରିକି ଯାଇପାରିବ ନାହିଁ । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ତାଲିବାନମାନେ ଗୁଲବାହର ନିକଟରେ ଏକ ବ୍ରିଜ ବିସ୍ଫୋରଣରେ ଉଡାଇ ଦେଇଛନ୍ତି ।

Leave A Reply

Your email address will not be published.