Latest Odisha News

BREAKING NEWS

ପାରଳା ACF ମୃତ୍ୟୁ ମାମଲା: କାଲି ବିଦ୍ୟାଭାରତୀଙ୍କୁ ଜେରା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁର କେବେ ଖୋଲିବ ରହସ୍ୟ ? ପାରଳାଖେମୁଣ୍ଡି ପରେ ଆଜିଠୁ କ୍ରାଇମବ୍ରାଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଛି । ଆଜି ମୃତ ସୌମ୍ୟଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବ ତଦନ୍ତକାରୀ ଟିମ୍ । ଏଥିପାଇଁ ତାଙ୍କ ଗାଁ ବାଲେଶ୍ୱର ଜିଲ୍ଲାର ଖଇରା ଯିବ ଟିମ୍ । ପରିବାର ଲୋକଙ୍କୁ ସେଦିନର ଘଟଣା, ସେମାନେ ଆଣିଥିବା ଅଭିଯୋଗ ବାବଦରେ ପଚରାଉଚରା କରାଯିବ ।

ଏହାପରେ ଆସନ୍ତାକାଲି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେିଛନ୍ତି। ତାଙ୍କୁ ପଚରାଉଚରା ପାଇଁ ପ୍ରଶ୍ନବାଣ ପ୍ରସ୍ତୁତ ସରିଛି । ବିଦ୍ୟାଙ୍କ ବୟାନ ରେକର୍ଡ ହେବ ।

ବିଦ୍ୟାଭାରତୀଙ୍କ ପରିବାର ଲୋକଙ୍କୁ ବି ଜେରା କରିବା ସୂଚନା ମିଳିଛି । ବିଦ୍ୟାଙ୍କୁ ଜେରା ପରେ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖୋଲିପାରେ ଗୁମର । ସେ ହିଁ କହିପାରିବେ ସୌମ୍ୟଙ୍କ ଦେହରେ କେମିତି ଲାଗିଲା ନିଆଁ ? କାରଣ ସେଦିନ କ୍ୱାର୍ଟର୍ସରେ ସୌମ୍ୟଙ୍କ ସହ ବିଦ୍ୟା ଥିଲେ ।

ସୌମ୍ୟଙ୍କ ଦେହରେ କେମିତି ଓ କିଭଳି ନିଆଁ ଲାଗିଲା ତାହା ଦେଢ଼ ମାସ ପରେ ବି ରହସ୍ୟ ଜଣା ପଡିନି । ଗଜପତି ପୋଲିସ ମାସେ ତଦନ୍ତ କରି କୌଣସି ନିଷ୍କର୍ଷରେ ପହଞ୍ଚି ନପାରିବାରୁ କ୍ରାଇମବ୍ରାଞ୍ଚ ଏବେ ତଦନ୍ତ ଚଳାଇଛି ।

ପ୍ରଥମ ପର୍ଯ୍ୟାୟରେ ପାରଳାଖେମୁଣ୍ଡିରେ ଖୋଳତାଡ ହେଲା । ୧୪ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ ହୋଇଛି । ଗଜପତି ଡିଏଫଓ, ରୋଷେୟା, ସୌମ୍ୟଙ୍କ ସହଯୋଗୀ ଏସିଏଫ୍, ତହସିଲଦାର, ଚିକିତ୍ସା କରିଥିବା ଡାକ୍ତର, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ସମେତ ଆଉ କିଛି ଲୋକଙ୍କୁ ପଚରାଉଚରା ହୋଇଛି । ଏବେ ବିଦ୍ୟା ଓ ସୌମ୍ୟଙ୍କ ପରିବାରକୁ ଜେରା ପରେ ସତ ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.