ନୂଆଦିଲ୍ଲୀ:ସାଉଦି ଆରବରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ସଡକ ଦୁର୍ଘଟଣାରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ। । ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର। ମକ୍କାରୁ ମଦିନା ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଜଳିଗଲା ବସ୍ ।
ସୂଚନା ଅନୁଯାୟୀ, ମୁଫରିହତ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ବସ୍ ରେ ଥିବା ଅଧିକାଂଶ ତୀର୍ଥଯାତ୍ରୀ ତେଲେଙ୍ଗାନାର ଥିଲେ।
ସାଉଦି ଆରବର ମଦିନା ନିକଟରେ ଭାରତୀୟ ଉମରାହ ତୀର୍ଥଯାତ୍ରୀଙ୍କ ସହିତ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ପରେ, ଜେଦ୍ଦାହସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍ ହେଲ୍ପଲାଇନ୍ ନମ୍ବର ଜାରି କରିଛନ୍ତି।
ହେଲ୍ପଲାଇନ୍ର ଯୋଗାଯୋଗ ବିବରଣୀ ନିମ୍ନରେ ଦିଆଯାଇଛି:
8002440003 (Toll free)
0122614093
0126614276
0556122301 (WhatsApp)
ସାଉଦି ଆରବରେ ଘଟିଥିବା ସଡ଼କ ଦୁର୍ଘଟଣା ପାଇଁ ଶୋକ ପ୍ରକାଶ କରି ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ରିୟାଦରେ ଥିବା ଦୂତାବାସ ଏବଂ ଜେଦ୍ଦାହରେ ଥିବା କନସୁଲେଟ୍ ଜେନେରାଲ ଏହି ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।
ଅନ୍ୟପଟେ ସାଉଦି ଆରବରେ ହୋଇଥିବା ଏହି ଦୁଃଖଦ ଦୁର୍ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁର୍ଘଟଣା ଘଟିବା ସମୟରେ ବସ୍ ଟି ମକ୍କାରୁ ମଦିନା ଯାତ୍ରା କରୁଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ହାଇଦ୍ରାବାଦର ତୀର୍ଥଯାତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କୁ ସମ୍ପୂର୍ଣ୍ଣ ସୂଚନା ପ୍ରାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Comments are closed.