Latest Odisha News

BREAKING NEWS

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୨୧୯

ଭୁବନେଶ୍ୱର: କୋଭିଡ-୧୯ରୁ ବୁଧବାର ଦିନ ୪୨୧୯ ରୋଗୀ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି।

ଉଦ୍ଧାର ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୬୨୮ ଜଣ ଖୋର୍ଦ୍ଧା, ୪୯୪ କଟକରୁ, ୨୬୪ ପୁରୀରୁ, ୨୩୨ ଝାରସୁଗୁଡାରୁ, ୨୦୯ ଅନୁଗୁଳରୁ, ୧୬୩ ଜଗତସିଂହପୁରରୁ, ୧୬୧ କେନ୍ଦ୍ରାପଡାରୁ , ମୟୂରଭଞ୍ଜରୁ ୧୫୩, ରାୟଗଡାରୁ ୧୩୨, ବଲାଙ୍ଗୀରରୁ ୧୨୩, ବାଲେଶ୍ଵରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩ ଏବଂ ବରଗଡ଼ରୁ ୧୧୨ଜଣ ଥିବା ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସେହିଭଳି କନ୍ଧମାଳରୁ ୮୭, ଢେଙ୍କାନାଳ ରୁ ୮୫, କେଉଁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୁଆପଡାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡରୁ ୫୫, ନୟାଗଡ଼ରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫ ଏବଂ ଦେଓଗଡ଼ରୁ ସୁସ୍ଥଙ୍କ ସଂଖ୍ୟା ୨୧ ଥିବା ଜଣାପଡିଛି ।

ଦିନର ଆକଳନ ସହିତ, ଓଡିଶାରେ ମୋଟ ପୁନରୁଦ୍ଧାର ମାମଲା ୧,୮୫,୭୦୦କୁ ବୃଦ୍ଧି ପାଇଥିବା ବେଳେ ୨,୧୯,୧୧୯ ମୋଟ ପଜିଟିଭ ମାମଲା ସହିତ ୩,୪୪୩ ନୂତନ ରୋଗୀ ଯୋଡି ହୋଇଛନ୍ତି ।

Leave A Reply

Your email address will not be published.