Latest Odisha News

ଧୋନୀଙ୍କ କମ୍ପାନୀ ପ୍ରସ୍ତୁତ କରିବ ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ

ରାଂଚି: ଅଘୋରୀଙ୍କ ରହସ୍ୟମୟ ଜୀବନ ଉପରେ ୱେବ ସିରିଜ ପ୍ରସ୍ତୁତ କରିବାକୁ ଯାଉଛି କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନୀଙ୍କ ଏଟଂରଟେନମେଂଟ କମ୍ପାନୀ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନୀ ୨୦୧୯ରେ ଧୋନୀ ଏଂଟରଟେନମେଂଟ ମିଡିଆ କମ୍ପାନୀ ଖୋଲିଥିଲେ । ଏହି ୱେବ ସିରିଜରେ ଉଭୟ ପୌରାଣିତ ଓ ବିଜ୍ଞାନର ତତ୍ୱ ରଖାଯିବ ।

BjdElectrycity

ପତ୍ନୀ ତଥା କମ୍ପାନୀର ମ୍ୟାନେଜର ସାକ୍ଷୀ ଏହା ଏକ ରୋମାଂଚ ଓ ମନୋରଞ୍ଜନ ପୂର୍ଣ୍ଣ ସିରିଜ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଜଣେ ରହସ୍ୟମୟ ଅଘୋରୀ କିପରି ଅତ୍ୟାଧୁନିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ଅନୁଷ୍ଠାନ ସଂସ୍ପର୍ଶରେ ଆସିଛନ୍ତି । ଏହା ପରେ ଖୋଲିଛି ଗୋଟିଏ ପରେ ଗୋଟିଏ ବ୍ରହ୍ମାଣ୍ଡର ଅକୂହା ରହସ୍ୟ । ଖୁବ ଶୀଘ୍ର କଳାକାର ଓ ସ୍ଥାନ ଚୟନ କରାଯିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.