ନୂଆଦିଲ୍ଲୀ : ଓଡିଶାର 43.52 ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି । ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି । ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା । ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି । ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି । ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା କେନ୍ଦ୍ର ସରକାର ଯୋଗାଇଦେବେ ।ସୂଚନା ଅନୁଯାୟୀ ଅବଶିଷ୍ଟ ପରିବାରଗୁଡିକୁ ମିଶନ ଦ୍ୱାରା ଧାର୍ଯ୍ୟ ସମୟସୀମା ୨୦୨୪ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ।
BREAKING NEWS
- ଟ୍ରାନ୍ସଜେଣ୍ଡରଙ୍କୁ ସମାନ ସୁଯୋଗ ପାଇଁ ସରକାରଙ୍କୁ OHRCଙ୍କ ସୁପାରିସ୍
- Ajit Pawar Plane Crash: ଏହା ଦୁର୍ଘଟଣା ଥିଲା, ଏହାକୁ ନେଇ ରାଜନୀତି କରନ୍ତୁ ନାହିଁ… ଅଜିତଙ୍କ ଦେହାନ୍ତ ପରେ କହିଲେ ଶରଦ ପାୱାର
- ‘ସମୀକ୍ଷା’ ପୋର୍ଟାଲ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
- ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବ୍ୟର୍ଥ: ଚତୁର୍ଥ ଟି୨୦ରେ ହାରିଲା ଭାରତ
- ରାଜ୍ୟର ବିଶିଷ୍ଟ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ ୨୬୦ ଜଣ ସ୍ବେଚ୍ଛାସେବୀ
- Tobacco Ban:ଓମଫେଡ୍ ବୁଥରେ ଗୁଟଖା ବିକିଲେ ଆକ୍ସନ…ହେବ ଲାଇସେନ୍ସ ବାତିଲ
- LoCରେ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ; ଅସ୍ତ୍ରଶସ୍ତ୍ର ସହ ଗୋଳାବାରୁଦ ଜବତ
- Boost Agricultural Research: କୃଷି ଗବେଷଣାକୁ ସୁଦୃଢ଼ କରିବା ପାଇଁ ସିୟୁଓ ଓ ଓୟୁଏଟି ମଧ୍ୟରେ ଏମଓୟୁ ସ୍ବାକ୍ଷର
- ଜୱାନ ୨ ଫିଲ୍ମ କେବେ ଆରମ୍ଭ ହେବ କହିଲେ ଅଟଲୀ
- Sundarpada Explosion Case: NIA ହାତରେ ସୁନ୍ଦରପଦା ବିସ୍ଫୋରଣର ତଦନ୍ତ ଭାର; କେଉଁ ଉଦ୍ଦେଶ୍ୟରେ ବୋମା ତିଆରି…
Comments are closed.