ନୈନିତାଲ: ଜେଲ୍ ଭିତରେ ମାତିଲା ଏଚ୍ଆଇଭି ସଂକ୍ରମଣ। ଚିନ୍ତାର ଥାନା ବାବୁ ଓ ଡାକ୍ତର। ଉତ୍ତରାଖଣ୍ଡର ହଲଦୱାନୀ ଜେଲ୍ରେ ୪୪ ଜଣ କଏଦୀ ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ମହିଳା ବି ଅଛନ୍ତି। ଏନେଇ ସୁଶୀଲ ତିୱାରୀ ହସ୍ପିଟାଲ୍ର ଏଆର୍ଟି(ଆଣ୍ଟିରେଟ୍ରୋଭାଇାଲ ଥେରାପୀ) ଦାୟିତ୍ୱରେ ଥିବା ଡାକ୍ତର ପରମଜିତ ସିଂହ ସୂଚନା ଦେଇଛନ୍ତି।
ଡାକ୍ତରଙ୍କ ସୂଚନା ଅନୁସାରେ ଜେଲ୍ରେ ଏଚ୍ଆଇଭି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଯାହା କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି। ସେହିପରି ରୋଗୀଙ୍କକ ଚିକିତ୍ସା ସମ୍ପର୍କରେ ସୂଚନା ଦେଇ ଡାକ୍ତର ଶ୍ରୀ ସିଂହ କହିଛନ୍ତି “ଏଚ୍ଆଇଭି ରୋଗୀଙ୍କ ପାଇଁ ଗୋଟିଏ ଏଆର୍ଟି ସେଣ୍ଟ ସ୍ଥାପନା କରାଯାଇଛି। ଯେଉଁଠି ସଂକ୍ରମିତ ରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ମୋ ଟିମ୍ ନିୟମିତ ଭାବେ ଜେଲ୍କୁ ଯାଇ ରୋଗୀଙ୍କ ଉପରେ କଡ଼ା ନଜର ରଖୁଛନ୍ତି।”
ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଏଚ୍ଆଇଭି ସଂକ୍ରମିତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା କରାଯାଉଛି। ଜାତୀୟ ଏଡ୍ସ ନିୟନ୍ତ୍ରଣ ସଂସ୍ଥାନା(NACO) ଦ୍ୱାରା ଅନୁଦିତ ଔଷଧ ଦିଆଯାଉଛି।
ବର୍ତ୍ତମାନ ଜେଲ୍ରେ ୧୬୨୯ ଜଣ ପୁରୁଷ କଏଦୀ ଥିବା ବେଳେ ୭୦ ମହିଳା କଏଦୀ ରହିଛନ୍ତି। ତେବେ ଜେଲ୍ରେ ଏତେ ସଂଖ୍ୟକ କଏଦୀ ଏଚ୍ଆଇଭି ସଂକ୍ରମିତ ହେବା ପରେ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି। ସେମାନଙ୍କର ରୁଟିନ ଚେକ୍ଅପ୍ କରାଯାଉଛି। ସମସ୍ତଙ୍କୁ ଠିକ୍ ସମୟରେ ଚିକିତ୍ସା କରାଯାଉଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।
Comments are closed.