Latest Odisha News

୪୪୦ କୋଟି ଟଙ୍କାର ଆଇଫୋନ୍ ଲୁଟ୍‌ !

କୋଲାର: କର୍ଣ୍ଣାଟକର କୋଲାର୍‌ ଜିଲ୍ଲାରେ ଥିବା ଏକ ମୋବାଇଲ ଫୋନ୍‌ ଆସେମ୍ବଲିଂ ପ୍ଲାଣ୍ଟରୁ ୪୪୦ କୋଟି ଟଙ୍କାର ଆଇଫୋନ‌ ଲୁଟ୍ ଓ ଭଙ୍ଗାରୁଜା ହୋଇଥିବା ଅଭିଯୋଗ କରିଛନ୍ତି କମ୍ପାନି କର୍ତ୍ତୃପକ୍ଷ । ବକେୟା ଦରମା ପ୍ରଦାନ ଦାବିରେ ଗତ ଶନିବାର ଏହି ପ୍ଲାଣ୍ଟରେ ଦେଖା ଦେଇଥିଲା ଶ୍ରମିକ ଅଶାନ୍ତି । କମ୍ପାନି ପରିସରରେ ବ୍ୟାପକ ଭଙ୍ଗାରୁଜା ଓ ଟେକା ପଥରମାଡ଼ ହୋଇଥିଲା । ଏହି ସମୟରେ  ଦୁର୍ବୃତ୍ତ ମାେବାଇଲ ବହୁ ସଂଖ୍ୟାରେ ମୋବାଇଲ ଲୁଟି ନେବା ସହ ୪୪୦ କୋଟି ଟଙ୍କାର କ୍ଷୟକ୍ଷତି କରିଥିବା କମ୍ପାନି ତରଫରୁ ଥାନାରେ ଏତଲା ଦିଆଯାଇଛି ।

ଶ୍ରମିକମାନେ କହିଛନ୍ତି, ୪ ମାସ ହେଲା ସେମାନେ ଦରମା ପାଇ ନାହାନ୍ତି । ଯେତେ ଯାହା କହିଲେ କି ବିକ୍ଷୋଭ କଲେ ମଧ୍ୟ କର୍ତ୍ତୃପକ୍ଷ କିଛି ଶୁଣୁ ନାହାନ୍ତି । ଶ୍ରମିକଙ୍କ ଆନ୍ଦୋଳନ ସମୟରେ ଗତ ଶନିବାର ପରିସ୍ଥିତି ବିସ୍ପୋରକ ରୂପ ନେଇଥିଲା । ଉତକ୍ଷିପ୍ତ ଆନ୍ଦୋଳନକାରୀମାନେ କାଚ ଝରକା, କବାଟ ସହିତ ଅନ୍ୟ ଆସବାବପତ୍ର, କମ୍ପୁଟର ଓ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଛନ୍ତି ।

କୋଲାର୍‌ ଏସ୍‌ପି କାର୍ତ୍ତିକ ରେଡ୍ଡି କହିଛନ୍ତି, କମ୍ପାନୀରେ ୭ରୁ ୮ ହଜାର ଲୋକ କାମ କରନ୍ତି । ଦରମାକୁ ନେଇ ହୋଇଥିବା ଅଶାନ୍ତିରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଅବସ୍ଥା ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡ଼ିଥିଲା । ଭଙ୍ଗାରୁଜାରେ ସାମିଲ ଥିବା ୧୦୦ ଜଣଙ୍କୁ ଅଟକ ରଖାଯାଇଛି ।

କର୍ଣ୍ଣାଟକ ସରକାର ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି । ଦୁର୍ବୃତ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ସିଏସ୍ ‌ ଅଶ୍ୱତ ନାରାୟଣନ୍‌ । ସେହିପରି ଶ୍ରମ ମନ୍ତ୍ରୀ ଶିବରାମ ହେବର୍‌ ମଧ୍ୟ କହିଛନ୍ତି, କମ୍ପାନିର ଯାହା କ୍ଷତି ହୋଇଛି, ତାହା ଗ୍ରହଣୀୟ ନୁହେଁ ।

Comments are closed.