Latest Odisha News

BREAKING NEWS

ଭାରତ ସହ ସଂଘର୍ଷ ବେଳେ ନିହତ ହୋଇଥିଲେ ୪୫ ଚାଇନିଜ ଯବାନ

ନୂଆଦିଲ୍ଲୀ : ଗଲୱାନ ଘାଟିରେ ଭାରତ ସହ ହୋଇଥିବା ସଂଘର୍ଷରେ ଚାଇନାର ୪୫ ଜଣ ଯବାନ ନିହତ ହୋଇଥିଲେ। ସେହିପରି ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । ଏନେଇ ଭାରତ ପକ୍ଷରୁ ସଂଘର୍ଷ ପରେ ସହିଦଙ୍କ ତାଲିକା ପ୍ରକାଶ କରାଯାଇଥିଲା । କିନ୍ତୁ ଚୀନ ନିଜ ଦେଶର ମୃତାହତ ଯବାନଙ୍କ ସମ୍ପର୍କରେ ମୁହାଁ ଖୋଲିନଥିଲା ।

ତେବେ ଋଷର ନ୍ୟୁଜ ଏଜେନ୍ସି ଟାସ୍‌ ଚୀନର ମୁଖା ଖୋଲି ଦେଇଛି। ଏଥିରେ କୁହାଯାଇଛି ଯେ, ଜୁନ୍‌ ୨୦୨୦ରେ ଭାରତ ଓ ଚୀନ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ଭାରତର ୨୦ ଜଣ ଓ ଚାଇନାର ୪୫ ଜଣ ଯବାନ ପ୍ରାଣ ହରାଇଥିଲେ ।

ଏହାପୂର୍ବରୁ ଆମେରିକା ସମେତ ଅଧିକାଂଶ ରାଷ୍ଟ୍ର ଭାରତ ସହ ସଂଘର୍ଷରେ ଚୀନର ୪୦ରୁ ଅଧିକ ଯବାନ ପ୍ରାଣ ହରାଇଥିବା କହିଥିଲେ । କିନ୍ତୁ ଚୀନ ଏହାକୁ ମାନନଥିଲା । କିନ୍ତୁ ଏବେ ଋଷର ନ୍ୟୁଜ୍ ଏଜେନ୍ସି ଏଭଳି ତଥ୍ୟ ଦେବା ପରେ ଚୀନର ଚିନ୍ତା ବଢ଼ିବାରେ ଲାଗିଛି ।

୨୦୨୦ ଜୁନ୍‌ ୧୫ ରାତିରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ଗଲୱାନ ଘାଟିରେ ସଂଘର୍ଷ ଘଟିଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିଲେ। ଭାରତର ପାଲଟା ଜବାବରେ ୪୦ରୁ ଅଧିକ ଚୀନ ଯବାନ ମଧ୍ୟ ନିହତ ହୋଇଥିଲେ । ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିଲା।

Comments are closed.