ଭୁବନେଶ୍ୱର: ବିଜେଡି ନେତାଙ୍କୁ ବଂଟାଗଲା ନୂଆ ସାଂଗଠନିକ ଦାୟିତ୍ୱ । ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି ।
କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି କଲ୍ୟାଣ ଦାୟିତ୍ବ ଦିଆଯାଇଛି । ଅନୁଭବ ପଟ୍ଟନାୟକ, କେ ଶାନ୍ତି, ବିଷ୍ଣୁପ୍ରିୟା ଦାସଙ୍କୁ ମହିଳା ସଶକ୍ତିକରଣ ସଂପାଦକ ଦାୟିତ୍ବ ପ୍ରଦାନ କରାଯାଇଛି । ଅମରେଶ ପତ୍ରୀ, ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ଦାୟିତ୍ବ ମିଳିଛି । ଅମରଜିତ୍ ସେନାପତି, ମନ୍ଦାକିନୀ କର ଓ ବିଶ୍ୱଜିତ୍ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଦିଆଯାଇଛି । ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣ୍ୟମ୍ ମହାନ୍ତି, ସୁବାସ ମହାରଣା ଓ ଶୈଳେଶ ଦାନିଙ୍କୁ ସଶକ୍ତ ଓଡିଶା ଦାୟିତ୍ୱ । ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଳୋଙ୍କୁ କଳା, ସଂସ୍କୃତି ଓ ଏଚଆରଡି ଦାୟିତ୍ୱ । ଶେଖ୍ ନିଜାମୁଦ୍ଦୀନ ଓ ମହମ୍ମଦ ଡବ୍ଲୁ ସକିଲଙ୍କୁ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।
ଭୁବନେଶ୍ୱରୀ କିଷାନ, ଭାରତୀ ସିଂହ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ ସହ ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା ଓ ମୀରା ପରିଡାଙ୍କୁ ଓଡିଶା ମୋ ପରିବାର ଦାୟିତ୍ୱ । ପୁଷ୍ପେନ୍ଦ୍ର ସିଂହ ଦେଓ, ସରୋଜ କର୍ଣ୍ଣ, ଟି. ପ୍ରସାଦ ରାଓ ଦୋରା, ଜଦଦୀଶ ପାତ୍ରଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ । ସ୍ୱାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷବର୍ଦ୍ଧନ ସିଂହ ଦେଓ ଓ ରଞ୍ଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ଦିଆଯାଇଛି । ଉତ୍ତରା ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲଙ୍କୁ ପରିବେଶ ଦାୟିତ୍ୱ ।
ଅନ୍ୟପକ୍ଷରେ ଦଳ ପକ୍ଷରୁ ମୋଟ ୪୧ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି । ଏହି ସଦସ୍ୟମାନେ ହେଲେ ସଂଜୟ ସାହୁ,ସଂଜିତ ମହାନ୍ତି,ଏମ.ଧନଞ୍ଜୟ ରେଡ୍ଡୀ, ସନ୍ତୋଷ ବେଜ,ସମୀର ପ୍ରଧାନ, ଦେବାଶୀଷ ସିଟ,ଜ୍ୟୋତି ରଂଜନ ଜେନା, ପୃଥୀରାଜ ସାହୁ,ପ୍ରକାଶ ଡାଙ୍ଗ, ଦେଜାଲିନ ମହାପାତ୍ର,ସ୍ୱରାଜ ଲକ୍ଷ୍ମୀ ସାମଲ, ରେଜଓ୍ଵାନ ବେଗମ, ସଂଘମିତ୍ରା ଜେନା, ସବିତା ମହାପାତ୍ର, ସବିତା ପ୍ରଧାନ, ଜାହିର ଖାଁ, ପ୍ରଦୀପ ବିଶୋଇ, ଚକ୍ରଧର ହେମ୍ବମ, ଧର୍ମେନ୍ଦ୍ର ଅଧିକାରୀ, ଦିଲିପ ଧୁରିଆ, ଅବନୀ ରଂଜନ ଜୋଷୀ, ରାକେଶ ରାମ, କୈଳାଶ ରାଣା, ପ୍ରଶାନ୍ତ ନାୟକ, ଅଶୋକ ସାହୁ, ଜଗନ୍ନାଥ ଦାସ, ହରିଶଙ୍କର ରାଉତ,ତୁମ୍ବନାଥ ପଣ୍ଡା,ହିମାଂଶୁ ଦାସ, ସତ୍ୟ ରଂଜନ ଦାସ, ରାଜକମଲ ଜେନା, ଜ୍ଞାନଗିରି ଗୋସ୍ୱାମୀ, ପୁଲକ ମହାନ୍ତି, ରାକେଶ ପଣ୍ଡା, ଗତିକୃଷ୍ଣ ନନ୍ଦ, ତନ୍ମୟ ସ୍ୱାଇଁ, କିଶୋର ନାୟକ, ରଂଜିତ ରାୟ, ରାଜେଶ ପଣ୍ଡା, ରୁଦ୍ର ସାମନ୍ତରାୟ ଓ ଦିପ୍ତିକାନ୍ତ ପରିଜା ।
Comments are closed.