Latest Odisha News

BREAKING NEWS

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧ ପଜିଟିଭ୍

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ିବା ଏବେ ଚିନ୍ତା ବଢ଼ାଇଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୫୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୬୦ । ଏନେଇ ଟତବିଟ୍ କରି ସୂଚନା ଦେଇଛି ବିଏମସି ।

ଭୁବନେଶ୍ବରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ସର୍ବାଧିକ ୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବରମୁଣ୍ଡାରୁ ୨୫, ଲକ୍ଷ୍ମୀସାଗର ଓ ପଟିଆରୁ ୧୭ ଜଣ ଲେଖାଏଁ, ବରମୁଣ୍ଡା ଓ ଖଣ୍ଡଗିରିରୁ ୧୩ ଜଣ ଲେଖାଏଁ, ଓଲ୍ଡ ଟାଉନରୁ ୧୨, ବମିଖାଲରୁ ୧୨, ପୋଖରୀପୁଟରୁ ୧୧, ରସୁଲଗଡ଼ ଓ ୟୁନିଟ ୮ରୁ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୫ ହଜାର ୩୪୧ରେ ପହଞ୍ଚିଛି । ସେହିପରି ଆକ୍ଟିଭ୍ କେସ୍ ୨୩୧୫ ଥିବା ବେଳେ, ସୁସ୍ଥ ହୋଇ ଫେରିଲେଣି ୩୨ ହଜାର ୭୫୫ ଜଣ ।

Leave A Reply

Your email address will not be published.