Latest Odisha News

କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ: ମନ୍ତ୍ରୀ

ଭୁବନେଶ୍ୱର: କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ବୋଲି ବୁଧବାର ଦିନ ଓଡ଼ିଶା ବିଧାନସଭାରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।

କଂଗ୍ରେସ ସଦସ୍ୟ ତାରା ବାହିନୀପତି, ବିଜେଡ଼ି ବିଧାୟକ ଅଶ୍ୱିନୀ ପାତ୍ର ଏବଂ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଏକ ଲିଖିତ ଉତ୍ତର ପ୍ରଦାନ କରି କହିଛନ୍ତି, କାଳିଆ ଯୋଜନାରେ ଏପର୍ଯ୍ୟନ୍ତ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

ତେବେ ଯାଞ୍ଚ ବେଳେ ତାଲିକାରେ ୪୫ ହଜାର ୯୬୫ ଜଣ ଅଯୋଗ୍ୟ ହିତାଧିକାରୀ ଅଯୋଗ୍ୟ ରହିଛନ୍ତି ବୋଲି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

Comments are closed.