Latest Odisha News

BREAKING NEWS

ଦେଶବ୍ୟାପୀ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ୪୬୫ ଲାଇଫ ଲାଇନ ଉଡାଣ ବିମାନ

ନୂଆଦିଲ୍ଲୀ: ଦେଶବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀର ଯୋଗାଣରେ ଲାଇଫ ଲାଇନ ଉଡାଣ ଅନ୍ତର୍ଗତ ଏୟାର ଇଣ୍ଡିଆ, ଆଲାଏନ୍ସ ଏୟାର ଓ ଆଇଏଏଫର ୪୬୫ଟି ବିମାନ ନିୟୋଜିତ ଅଛନ୍ତି । ଏୟାର ଇଣ୍ଡିଆ ଏବଂ ଆଲାଏନ୍ସ ଏୟାରର ୨୭୮ଟି ବିମାନ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୮୩୫.୯୪ ଟନ କାର୍ଗୋ ସାମଗ୍ରୀର ପରିବହନ ହୋଇଛି । ଏହି ବିମାନଗୁଡିକ ଆକାଶ ମାର୍ଗରେ ୪,୫୧,୦୩୭ କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କୋଭିଡ-୧୯ ସଂକ୍ରମଣ ସମୟରେ ସାରା ଦେଶରେ ଜରୁରିକାଳୀନ ଭିତ୍ତିରେ ଅତ୍ୟାବଶ୍ୟକ ମେଡିକାଲ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ଲାଗି ଏହି ଲାଇଫ ଲାଇନ ଉଡାଣ ବିମାନଗୁଡ଼ିକର ପ୍ରଚଳ କରାଯାଉଛି ।
ଜମ୍ମୁ ଓ କଶ୍ମୀର, ଲଦାଖ ଏବଂ ଉତ୍ତର-ପୂର୍ବ ଭାରତରେ ଅତ୍ୟାବଶ୍ୟକ ମେଡିକାଲ କାର୍ଗୋ ଏବଂ ରୋଗୀଙ୍କ ପରିବହନରେ ପବନ ହଂସ ଲିମିଟେଡର ହେଲିକପ୍ଟରଗୁଡିକ ନିୟୋଜିତ ଅଛନ୍ତି ।

ମେ’ ୫, ୨୦୨୦ ସୁଦ୍ଧା ପବନ ହଂସ ୨.୨୭ ଟନ କାର୍ଗୋ ପରିବହନ କରିଛି ଏବଂ ୭,୭୨୯ କିଲୋମିଟର ଦୂରତା ଅତିକ୍ରମ କରିଛି ।

Comments are closed.