Latest Odisha News

BREAKING NEWS

ଆଫଗାନିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା: ୪୭ ମୃତ, ୫୭ରୁ ଅଧିକ ଗୁରୁତର

କାବୁଲ: ଆଫଗାନିସ୍ତାନର ବନ୍ୟାର ତାଣ୍ଡବ। ଥମିବାର ନା ନେଉ ନାହିଁ ଏହି ବନ୍ୟା। ଦିନକୁ ଦିନ ଏଠାରେ ବନ୍ୟାର ପରିସ୍ଥିତ ଭୟାବହ ହେବାରେ ଲାଗିଛି। ଆଫଗାନିସ୍ତାନର ୧୧ଟି ପ୍ରୋଭିନ୍ସରେ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି ହୋଇଛି। ଗତ ଏକ ସପ୍ତାହରେ ବନ୍ୟାରେ ପାଖାପାଖି ୪୭ ଜଣଙ୍କର ଜୀବନ ଗଲାଣି ଏବଂ ୫୭ରୁ ଅଧିକ ଗୁରୁତର ହୋଇଥିବା ବେଳେ କିଛି ଲୋକେ ନିଖୋଜ ଥିବା ସୂଚନା ରହିଛି।

ତାଲିବାନ ନେତୃତ୍ୱାଧୀନ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ପ୍ରବକ୍ତା ଶଫିଉଲ୍ଲା ରହୀମି ଏହି ସୂଚନା ଦେଇଛନ୍ତି। ଶାଫିଲ୍ଲା ରହୀମିଙ୍କ ଅନୁଯାୟୀ, ନିକଟରେ ମୈଦାନ ୱାର୍ଦକ, କାବୁଲ, କୁନାର, ପାକିତା, ଖୋସ୍ତ, ନୁରିସ୍ତାନ, ନଙ୍ଗରହାର, ଗଜନୀ, ପକ୍ତିକା ଏବଂ ହେଲମନ୍ଦରେ ଅଧିକ ଲୋକେ ପ୍ରଭାବିତ ହୋଇଛନ୍ତି। ୫୦୦ରୁ ଅଧିକ ଘର ଭାଙ୍ଗିବା ସହ ଏକର ଏକର ଚାଷ ଜମି ନଷ୍ଟ ହୋଇଛି। ସେହିପରି ୱାର୍ଦକ ପ୍ରୋଭିନ୍ସ ଅଧିକ ପ୍ରଭାବିତ ହୋଇଥିବା ସୂଚନା ରହିଛି। ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି।

ସୂଚନା ଥାଉକି ମଙ୍ଗଳବାର ଦିନ ପରୱାନ ରାଜ୍ୟରେ ବନ୍ୟା ଯୋଗୁଁ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଥିବା ସୈୟଦ ହେକମତୁଲ୍ଲାଃ ଶାମିମ ସୂଚନା ଦେଇଛନ୍ତି। ବନ୍ୟା, ଭୂମିକମ୍ପ, ଭୂସ୍ଖଳନ ଏବଂ ମରୁଡ଼ି ସମେତ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଏହି ଦେଶ ସବୁଠାରୁ ବିପଦପୂର୍ଣ୍ଣ ଦେଶ ଅଟେ। ଗତ ସପ୍ତାହରେ ଆଫଗାନିସ୍ତାନରେ ବନ୍ୟାରେ ୩୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୪ ଜଣ ଆହତ ହୋଇଥିଲେ ଏବଂ ୪୧ ଜଣ ନିଖୋଜ ଅଛନ୍ତି।

Leave A Reply

Your email address will not be published.