Latest Odisha News

BREAKING NEWS

ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ ବୁଢ଼ୀ ହୋଇଗଲେ ମହିଳା : 20 ବର୍ଷ ବୟସରେ ଝଡ଼ି ପଡ଼ିଲା କେଶ ଓ ଦାନ୍ତ

ନୂଆଦିଲ୍ଲୀ: ଆମେରିକାର ଜଣେ 47 ବର୍ଷୀୟ ମହିଳା, ଯାହାଙ୍କ କାହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଦୁଃଖ ମଧ୍ୟ ଲାଗିବ । ହେଲେ ତାଙ୍କର ଉତ୍ସାହ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବନି ପରନ୍ତୁ ଆପଣ କିଛି ଶିଖିବାକୁ ପାଇବେ। ଟିଫନୀ ନାମକ ମହିଳା, ସେ ଜଣେ ଆର୍ଟିଷ୍ଟ ଷ୍ଟୁଡିଓ ଏବଂ ତାଙ୍କର ଏକ ମହମବତୀ କମ୍ପାନି ରହିଛି। ସେ ଏକ ରୋଗରେ ପୀଡ଼ିତ ଅଛନ୍ତି। ଯେଉଁ ରୋଗ ହେଲେ ମଣିଷ ନିର୍ଦ୍ଦିଷ୍ଟ ବୟସ ପୂର୍ବରୁ ବୁଢ଼ା ହୋଇଯାନ୍ତି। ଏହି ରୋଗ ଗୋଚିଏ ଲକ୍ଷରେ ଜଣଙ୍କୁ ହୋଇଥାଏ। ଏହା ଏକ ଦୁର୍ଲଭ ଏବଂ ଭୟଙ୍କର ରୋଗ। ଏହି ରୋଗ ହେଲେ ମଣିଷର ଶରୀର ପକ୍ଷୀ ଭଳି ହୋଇଯାଇଥାଏ ଏବଂ ଶରୀରର ବିକାଶ ମଧ୍ୟ ହୋଇନଥାଏ।

47 ବର୍ଷୀୟ ଏହି ମହିଳାଙ୍କ ଚୁଟି ଦାନ୍ତ ଧୀରେ ଧୀରେ ପୂରା ଝଡ଼ିଯାଇଛି। ଏହା ବ୍ୟତୀତ ଏହା ମହିଳାଙ୍କୁ ତାଙ୍କ ଆର୍ଟିକ୍ ଭଲଭ୍ ମଧ୍ୟ ବଦଳାଇବାକୁ ପଡିବ, ଯାହାକୁ ମହାଧମନୀ ଭଲଭ୍ ମଧ୍ୟ କୁହାଯାଏ। କାରଣ ଏହି ମହିଳା ଜଣଙ୍କ ଦୀର୍ଘ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି। ଟିଫନୀ କହିଛନ୍ତି ଯେ ମୃତ୍ୟୁ ସବୁଦିନ ତାଙ୍କ ନିକଟକୁ ଆସିଥାଏ, ହେଲେ ସେସବୁ ଭୁଲି ବଞ୍ଚିବାକୁ ଲାଗିଥାନ୍ତି। ଏପରି ରୋଗ ହେବା ପରେ ଅନେକ ସମସ୍ୟାକୁ ସାମ୍ନା କରି ଆଗକୁ ବଢୁଛନ୍ତି ବୋଲି ଟିଫନୀ କହିଛନ୍ତି ।

ଏହି ରୋଗରେ ପୀଡିତ ଅଧିକାଂଶ ଲୋକ କିଶୋର ଅବସ୍ଥାରେ ପ୍ରାଣ ହରାଇ ଥାନ୍ତି। ମଣିଷର ବୟସ ବଢ଼ିବା ସହ ଏହି ରୋଗ ଅତ୍ୟନ୍ତ ସାଂଘାତିକ ହୋଇଥାଏ। ଟିଫନୀଙ୍କ ଏକ ମହମବତୀ କାରଖାନା ଅଛି, ଏହା ବ୍ୟତୀତ ସେ ଏକ କଳାକାର ଷ୍ଟୁଡିଓ ମଧ୍ୟ ଚଳାନ୍ତି । ଏତେଗୁଡ଼ିଏ ସମସ୍ୟା ପରେ ମଧ୍ୟ, ଟିଫାନୀ ନିଜର ସମସ୍ତ ବ୍ୟବସାୟକୁ ଏକାକୀ ପରିଚାଳନା କରନ୍ତି ।

Comments are closed.