Latest Odisha News

BREAKING NEWS

ଜନ ଅଭିଯୋଗ ଶୁଣାଣିକୁ ଅଣଦେଖା: କଟିଲା ୪୮ ଅଫିସରଙ୍କ ଦରମା

କଟକ: ମହଙ୍ଗା ପଡ଼ିଲା ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣାଣିକୁ ବେଖାତିର କରିବା। ବନ୍ଦ ହେଲା ୪୮ ଅଧିକାରୀଙ୍କ ଦରମା। କଟକ ଜିଲ୍ଲାର କିଛି ବିଭାଗୀୟ ଅଧିକାରୀ ଜନ ଶୁଣାଣି ଅଭିଯୋଗକୁ ଅଣଦେଖା କରିଥିବା ବେଳେ ସେ ସମସ୍ତ ବିଭାଗର ଅଧିକାରୀଙ୍କ  ଫେବୃଆରୀ ମାସର ଦରମା ବନ୍ଦ ପାଇଁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଟ୍ରେଜେରୀ ଅଧିକାରୀଙ୍କୁ ନୋଟିସ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଲେଟର ନଂ ୩୭୮ ଗ୍ରୀଭାନ୍ସ ତାରିଖ ୦୭/୦୨/୨୦୨୫, ଲେଟର ନଂ ୪୮୮ଗ୍ରୀଭାନ୍ସ ତାରିଖ ୨୦/୦୨/୨୦୨୫ ଲେଟର ନଂ ୫୨୨ ଗ୍ରୀଭାନ୍ସ ତାରିଖ ୨୫/୦୨/୨୦୨୫ରେ ନୋଟିସ କରାଯାଇ ଗ୍ରୀଭାନ୍ସ ଖିଲାପି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ କରାଯାଇଛି। ସେମାନଙ୍କ ଦରମା ରଦ୍ଦ କରିବା ପାଇଁ ନୋଟିସ ରେ ଉଲ୍ଲେଖ ରହିଛି।

ଏଥିସହିତ ନୋଟିସର ଦରମା ବନ୍ଦ ହୋଇଥିବା ଅଫିସରଙ୍କ ମଧ୍ୟରେ, କଟକ ଜିଲ୍ଲାର ବହୁ ବିଭାଗୀୟ ଅଧିକାରୀ ରହିଥିବା ବେଳେ, ଏଥିରେ କଟକ ଉପଜିଲ୍ଲାପାଳ, ସାଲେପୁର ବିଡ଼ିଓ, ମାହାଙ୍ଗା ବିଡ଼ିଓ, ନିଶ୍ଚିନ୍ତକୋଇଲି ବିଡ଼ିଓ, ଟାଙ୍ଗୀ ଚୌଦ୍ବାର ବିଡ଼ିଓ, କଟକ ସଦର ବିଡ଼ିଓ, ଆଠଗଡ଼ ବିଡ଼ିଓ, ବାଙ୍କୀ ବିଡ଼ିଓ,ବଡମ୍ବା ବିଡ଼ିଓ, ତିଗିରିଆ ବିଡ଼ିଓଙ୍କ ସମ୍ତଏତ ଅନେକ ହସିଲଦାରଙ୍କ ସମେତ ଜିଲ୍ଲାର ବିଭିନ୍ନ ବିଭାଗର ବହୁ ଅଧୀକାରୀ ଅନ୍ତର୍ଭୁକ୍ତ ଅଛନ୍ତି। ଏମାନଙ୍କ ବିରୁଦ୍ଧରେ ଗ୍ରୀଭାନ୍ସ ଖିଲପି ଅଭିଯୋଗ ହୋଇଥିବା ବେଳେ ଉକ୍ତ ବିଭାଗୀୟ ଅଧିକାରୀଙ୍କ ଦରମା ବନ୍ଦ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ନୋଟିସ କରାଯାଇଛି ।

ତେବେ ପରେ ୧୫ ଜଣ ଅଧିକାରୀ, ନିଜର କାରଣ ଦର୍ଶାଇଥିବା ବେଳେ ସେମାନଙ୍କୁ ଦରମା ମିଳିଥିବାର ସୂଚନା ମିଳିଛି। ଅନ୍ୟମାନଙ୍କର ଏପର୍ଯ୍ୟନ୍ତ ମିଳିନାହିଁ।

Comments are closed.