Latest Odisha News

BREAKING NEWS

ଜୀବନ ରକ୍ଷା ପଦକ ପାଇବେ ୪୮ ଜଣ, ଓଡିଶାରୁ ରାକେଶ ଚନ୍ଦ୍ର ବେହେରା ମନୋନୀତ

ନୂଆଦିଲ୍ଲୀ : ୨୦୧୮ ପାଇଁ ୪୮ ଜଣଙ୍କୁ ଜୀବନ ରକ୍ଷା ପଦକ ପୁରସ୍କାର ପ୍ରଦାନ ସକାଶେ ରାଷ୍ଟ୍ରପତି ମଞ୍ଜୁରି ପ୍ରଦାନ କରିଛନ୍ତି ।

ସେମାନଙ୍କ ମଧ୍ୟରେ ୮ ଜଣଙ୍କୁ ସର୍ବୋତ୍ତମ ଜୀବନ ରକ୍ଷା ପଦକ, ୧୫ ଜଣଙ୍କୁ ଉତ୍ତମ ଜୀବନ ରକ୍ଷା ପଦକ ଏବଂ ୨୫ ଜଣଙ୍କୁ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ । ଏମାନଙ୍କ ମଧ୍ୟେରେ ୮ ଜଣଙ୍କୁ ମରଣୋତ୍ତର ଭାବେ ପୁରସ୍କାର ପ୍ରଦାନ ସକାଶେ ସୁପାରିସ କରାଯାଇଛି ।

ଓଡ଼ିଶାର ରାକେଶ ଚନ୍ଦ୍ର ବେହେରାଙ୍କୁ ମରଣୋତ୍ତର ଭାବେ ସର୍ବୋତ୍ତମ ଜୀବନ ରକ୍ଷା ପଦକ ପ୍ରଦାନ କରାଯିବ ।

ଉଲ୍ଲେଖଯୋଗ୍ୟ, ଜଣେ ବ୍ୟକ୍ତିଙ୍କ ଜୀବନ ରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜୀବନ ରକ୍ଷା ପଦକ ସିରିଜର ପୁରସ୍କାର ପ୍ରଦାନ କରାଯାଇଥାଏ ।

ସର୍ବୋତ୍ତମ ଜୀବନ ରକ୍ଷା ପଦକ, ଉତ୍ତମ ଜୀବନ ରକ୍ଷା ପଦକ ଏବଂ ଜୀବନ ରକ୍ଷା ପଦକ ଭଳି ତିନୋଟି ଶ୍ରେଣୀରେ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଯେକୌଣସି ବର୍ଗର ବ୍ୟକ୍ତିଙ୍କୁ ଏଭଳି କାର୍ଯ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ମରଣୋତ୍ତର ଭାବେ ମଧ୍ୟ ଏହା ପ୍ର୍ରଦାନ କରାଯାଉଛି ।

ଏହି ପୁରସ୍କାରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଦସ୍ତଖତ ଥିବା ପଦକ, ପ୍ରମାଣପତ୍ର ସହ କିଛି ଅର୍ଥ ପୁରସ୍କାର କେନ୍ଦ୍ର ମନ୍ତ୍ରଣାଳୟ, ସଙ୍ଗଠନ, ରାଜ୍ୟ ସରକାରଙ୍କ ଦ୍ୱାରା ଚୟନ ହୋଇଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ ।

Leave A Reply

Your email address will not be published.