ଭୁବନେଶ୍ଵର: ଆଜି ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନ। ଗୃହରେ ବିଭିନ୍ନ ପ୍ରସଙ୍ଗରେ ହେଉଛି ଆଲୋଚନା । ରାଜ୍ୟରୁ ଏଯାବତ ତଡିପାର ହୋଇଛନ୍ତି ୪୯ଜଣ ବାଂଲାଦେଶୀ । ଏନେଇ ବିଧାନସଭାରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ନୂଆ ସରକାର ଆସିବା ପରେ ୫୧ଜଣ ବାଂଲାଦେଶୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୯ଜଣଙ୍କୁ ବାଂଲାଦେଶ ପଠାଯାଇଛି । ଖୋର୍ଦ୍ଧାରୁ ୨୪ଜଣ, କଟକରୁ ୧୫ଜଣ, ଗଞ୍ଜାମରୁ ୬ଜଣ, କନ୍ଧମାଳରୁ ୩ଜଣ, କୋରାପୁଟରୁ ଜଣେ । ଆଉ ଆଉ ୨ ବାଂଲାଦେଶୀ ଜାଲ ପାସପୋର୍ଟ କରି ଧରାପଡ଼ିଛନ୍ତି। ଧରାପଡ଼ିଥିବା ୨ ବାଂଲାଦେଶୀଙ୍କ ନାଁରେ ମାମଲା ହୋଇଛି।
ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସମସ୍ତ ଏସ୍ପିଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟ କହିଛନ୍ତି । ୧୮ଟି ଜିଲ୍ଲାସ୍ତରୀୟ ଅଟକ କେନ୍ଦ୍ର ଓ ୨ଟି ରାଜ୍ୟସ୍ତରୀୟ ଅଟକ କେନ୍ଦ୍ର ଖୋଲିଛି । ୧୭୬୮ ସନ୍ଦିଗ୍ଧଙ୍କୁ ଯାଞ୍ଚ କରାଯାଇଛି, ୫୧ ଅବୈଧ ଘୋଷଣା କରାଯାଇଛି । ସ୍ୱତନ୍ତ୍ର ଆପ୍ ଜରିଆରେ ଚିହ୍ନଟ ହେଉଛି ଅନୁପ୍ରବେଶକାରୀ ବାଂଲାଦେଶୀ । ବରିଷ୍ଠ ଗୁଇନ୍ଦା ଅଧିକାରୀ ସମ୍ଭାବ୍ୟ ଅନୁପ୍ରବେଶ ଜିଲ୍ଲାକୁ ପରିଦର୍ଶନ କରୁଛନ୍ତି ।
ସେହିପରି ଜେଲ୍ରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ‘ଗତବର୍ଷ ଜୁଲାଇରୁ ଏଯାବତ୍ ୯ଟି ଜେଲ୍ ରୁ ୧୩ କଏଦୀ ଫେରାର’ ହୋଇଛନ୍ତି । ତେବେ ‘ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ଧରିପାରିଛି ପୋଲିସ’ । ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍ରେ ମୃତ୍ୟୁ ହୋଇଛି’ । ‘୮ ଜଣ ଆତ୍ମହତ୍ୟା କରିଛନ୍ତି, ୩୯ ଅଭିଯୁକ୍ତ ପୋଲିସ ହେପାଜତରୁ ଚମ୍ପଟ ହୋଇଛନ୍ତି ।