Latest Odisha News

ରାୟଗଡ଼ା MITS ଇଞ୍ଜିନିୟରିଂ କଲେଜର ୪୯ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ରାୟଗଡ଼ା: ଶିକ୍ଷାନୁଷ୍ଠାରେ ମାଡୁଛି କରୋନା । ଛାତ୍ରଛାତ୍ରୀ ଓ କର୍ମଚାରୀ ପଜିଟିଭ୍ ବାହାରୁଛନ୍ତି । ରାୟଗଡ଼ାରେ ଥିବା ମଝିଘରିଆଣୀ ଇନିଷ୍ଟଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏଣ୍ଡ ସାଇନ୍ସର (MITS) ୪୯ ଛାତ୍ରଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଗତ ୬ ତାରିଖ ଦିନ ୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ଏହାପରେ ଅନ୍ୟ ଛାତ୍ରଛାତ୍ରୀଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ୪୯ ଜଣଙ୍କର ରିପୋର୍ଟ ପଜିଟିଭ୍ ବାହାରିଛି । ଏହାକୁ ମିଶାଇ MITS ଇଞ୍ଜିନିୟରିଂ କଲେଜରୁ ୫୪ ଜଣ କରୋନାରେ ସଂକ୍ରମିତ ହେଲେଣି । ଏହି ଘଟଣା ପରେ ୨ଟି ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସଂକ୍ରମଣ ବଢୁଥିବାରୁ ଆଜିଠାରୁ ରାଜ୍ୟର ସମସ୍ତ କଲେଜ, ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଛି ।

Comments are closed.