Latest Odisha News

BREAKING NEWS

ଟାଟା ଷ୍ଟିଲ୍ ପକ୍ଷରୁ ‘ଭୁବନେଶ୍ୱର ଲିଟେରାରୀ ମିଟ୍’ର ୪ର୍ଥ ସଂସ୍କରଣ ଆଜିଠୁ ଆରମ୍ଭ

ଭୁବନେଶ୍ୱର : ଟାଟା ପକ୍ଷରୁ ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟର ଚତୁର୍ଥ ସଂସ୍କରଣ ଶୁକ୍ରବାର ଦିନ ଆରମ୍ଭ ହେଉଛି । ଏହା ଜାନୁଆରୀ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି ମିଟକୁ ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ସୁଗତା ବୋଷ ଓ ଜତୀନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ‘ନେତାଜୀ ସୁଭାଷ ଚନ୍ଦ୍ର ବୋଷ’ ଓ ‘ଗାନ୍ଧୀ’ଙ୍କ ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ ସମ୍ୟକ୍ ଚର୍ଚ୍ଚା କରିବେ ।

ଏହି ତ୍ରୀ-ଦିବସୀୟ ବୈଠକରେ କୌଣସି ଶୁଳ୍କ ତଥା ଟିକେଟ ବିନା ସମସ୍ତେ ଯୋଗ ଦେଇପାରିବେ । ଏହି ମିଟ୍ ଭୁବନେଶ୍ୱରସ୍ଥିତ ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟରେ ଆୟୋଜିତ କରାଯାଇଛି ।

ଏହିଅବସରରେ ବିଭିନ୍ନ ପ୍ରତିଷ୍ଠିତ ତଥା ଜଣାଶୁଣା ବ୍ୟକ୍ତିମାନେ ଯୋଗଦେଇ ନିଜ ବିଚାର ତଥା ଚିନ୍ତାଧାରାର ଆଦାନପ୍ରଦାନ କରିଥାନ୍ତି । ଏଥର ମଧ୍ୟ ଏହି ଲିଟେରାରୀ ମିଟରେ ବିଶ୍ୱର କଳା, ସଙ୍ଗୀତ, ନୃତ୍ୟ ଓ ସାମ୍ପ୍ରତ୍ତିକ ପରିସ୍ଥିତି ସର୍ମ୍ପକରେ ଆଲୋଚନା ହେବ ।

ସ୍ଥାନୀୟ ଅଡୋଟୋରିୟମ୍ ଠାରେ ବରିଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ୱାହିଦା ରେହେମାନ ବି ଯୋଗ ଦେଉଛନ୍ତି । ଏହି ୩ ଦିନିଆ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବାକୁ ଭିନ୍ନଭିନ୍ନ ବିଷୟବସ୍ତୁ ରହିଛି ।

ଏହି ସମାବେଶରେ ଚର୍ଚ୍ଚିତ ଯୁବ ଲେଖକ ରବିନ୍ଦର ସିଂହ, ଅଭିନେତା ଅଭିଜିତ ଗାଙ୍ଗୁଲି ଓ ଲୋକପ୍ରିୟ କଣ୍ଠଶିଳ୍ପୀ ରେଖା ଭରଦ୍ୱାଜ ଯୋଗ ଦେଉଛନ୍ତି ।

ଟାଟାଷ୍ଟିଲ ସାହିତ୍ୟ ସମାବଶରେ ବହୁସଂଖ୍ୟାରେ ବୁଦ୍ଧିଜୀବୀ, ସାହିତ୍ୟିକ ଓ ସାହିତ୍ୟପ୍ରେମୀ ଅଂଶଗ୍ରହଣ କରିବାର ରହିଛି।

Leave A Reply

Your email address will not be published.