Latest Odisha News

ମେଘାଳୟ: ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ୩ ଜଣ ଓଡିଶା ଅଗ୍ନିଶମ କର୍ମଚାରୀ ଆହତ

ଭୁବନେଶ୍ୱର : ମେଘାଳୟ ଇଷ୍ଟ ଜୟନ୍ତିଆ ନିକଟରେ ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ବସ ଉପରକୁ ଗୁରୁବାର କିଛି ଅଜଣା ଦୁବୃର୍ତ୍ତମାନେ ଅଚାନକ ପଥର ମାଡ କରିଥିଲେ । ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ରାଜ୍ୟ ଅଗ୍ନିଶମ କର୍ମୀମାନେ ପୂର୍ବ ଜୟନ୍ତିଆ ହିଲ୍ସ ନିକଟରୁ ଏକ ବସ ଯୋଗେ ରହୁଥିବା ସ୍ଥାନକୁ ଫେରୁଥିଲେ । ଯେଉଁଠାରେ ସେ ଖଣି ମଧ୍ୟରେ ଫସିରହିଥିବା ପାଖାପାଖି ୧୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାର୍ଯ୍ୟ କରିବା ପାଇଁ ଯାଇଥିଲେ ।

ଏହି ପଥରମାଡ ଆକ୍ରମଣରେ ବସର ସାଇଡ୍ ଗ୍ଲାସ(କାଚ) ଗୁଡିକ ଭାଙ୍ଗି ଯାଇଥିଲା ଏବଂ ଏହି ଘଟଣାରେ ଓଡିଶା ଅଗିଶମ ସେବାର ୩ଜଣ କର୍ମଚାରୀ ଆହତ ହୋଇଥିଲେ ।

Leave A Reply

Your email address will not be published.