Latest Odisha News

BREAKING NEWS

ବିଶାଳ ୩୫୮ ସ୍କୋର୍ କରି ମଧ୍ୟ ଭାରତ ଅଷ୍ଟ୍ରେଲିଆଠୁ ୪ ୱିକେଟରେ ପରାସ୍ତ

ଚଣ୍ଡିଗଡ଼: ଶିଖର ଧାୱନଙ୍କ ବିସ୍ଫୋରକ ୧୪୩ ରନ ଏବଂ ରୋହିତ ଶର୍ମା ଦ୍ରୁତ ୯୫ ରନ କରି ଦଳ ଲାଗି ଏମ ବିଶାଳ ୩୫୮ ରନର ଏକ ଲଢୁଆ ସ୍କୋର ଛିଡ଼ା କରିପାରିଥିଲେ । ମାତ୍ର ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନଙ୍କ ପ୍ରଶଂସନୀୟ ବ୍ୟାଟିଂ ବିରାଟ ବାହିନୀକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ଅଷ୍ଟ୍ରେଲିଆ ଦଳ ୪୭.୫ ଓଭରରେ ୬ଟି ୱିକେଟ ହରାଇ ଆବଶ୍ୟକୀୟ ୩୫୯ ରନ କରି ବିଜୟ ହାସଲ କରିଛି ।

ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସକମ୍ବ ୧୧୭ ରନ, ଉସମାନ ଖ୍ୱାଜା ୯୧ ରନ, ଟର୍ଣ୍ଣର୍ ୮୪ ରନ ଏବଂ କ୍ୟାରି ୨୧ ରନ କରିପାରିଥିଲେ । ଭାରତୀୟ ବୋଲର୍ ୟଶପ୍ରୀତ ବୁମରା ୩ଟି ୱିକେଟ ଅକ୍ତିଆର କରିଥିଲେ ।

ଭାରତ ପ୍ରଥମେ ଟସ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦୁଇ ଓପନର ରୋହିତ ଓ ଶିଖର ପ୍ରଶଂସନୀୟ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଦଳର ସ୍କୋର ୧୯୩ ରନ ହୋଇଥିବା ବେଳେ ୧ମ ୱିକେଟ ପତ୍ତନ ଘଟିଥିଲା । ରୋହିତ ଶର୍ମା ୯୫ ଏବଂ ଶିଖର ଧାୱନ ୧୪୩ ରନ ସ୍କୋର କରିଥିଲେ । ଅନ୍ୟ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଋଷଭ ପନ୍ଥ ୩୬ ରନ, ବିଜୟ ଶଙ୍କର ୨୬, କେ ଏଲ୍ ରାହୁଲ ୨୬ ରନ ସ୍କୋର କରିଥିଲେ । କଙ୍ଗାରୁ ଫାଷ୍ଟ ବୋଲର୍ କୁମିନ୍ସ ସର୍ବାଧିକ ୫ଟି ୱିକେଟ ହାସଲ କରିଥିଲେ ।

Leave A Reply

Your email address will not be published.