Latest Odisha News

BREAKING NEWS

ଓଡ଼ିଶା ବିଧାନସଭା ଓ ଲୋକସଭା ନିର୍ବାଚନ: ଜାଣନ୍ତୁ କେଉଁ ଜିଲ୍ଲାରେ କେବେ ହେବ ମତଦାନ

ଭୁବନେଶ୍ୱର: ରବିବାର ଦିନ ବହୁ ପ୍ରତିକ୍ଷୀତ ବିଧାନସଭା ଏବଂ ଲୋକସଭା ନିମନ୍ତେ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯାଇଛି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଉଭୟ ରାଜ୍ୟ ବିଧାନସଭା ଏବଂ ଲୋକସଭା ନିର୍ବାଚନର ମତଦାନ ଏକସଙ୍ଗେ ହେବାର ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ ।

ଓଡ଼ିଶାର ୧୪୭ଟି ବିଧାନସଭା ଏବଂ ୨୧ଟି ଲୋକସଭା ଆସନ ନିମନ୍ତେ ନିର୍ବାଚନ ତାରିଖ ମଧ୍ୟ ଏକ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶିତ କରିଛନ୍ତିି ।

୧ମ ପର୍ଯ୍ୟାୟ:ଏପ୍ରିଲ ୧୧- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ  (୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ)

୨ୟ ପର୍ଯ୍ୟାୟ:ଏପ୍ରିଲ ୧୮- ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା (୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନ)

୩ୟ ପର୍ଯ୍ୟାୟ:ଏପ୍ରିଲ ୨୩- ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ଵର (୬ଟି ଲୋକସଭା ଏବଂ ୪୨ଟି ବିଧାନସଭା)

୪ର୍ଥ ପର୍ଯ୍ୟାୟ:ଏପ୍ରିଲ ୨୯- ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର (୬ଟି ଲୋକସଭା ଏବଂ ୪୨ଟି ବିଧାନସଭା)

ଏପ୍ରିଲ ୧୧ ପ୍ରଥମ ପର୍ଯ୍ୟାୟ

ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ମଣ୍ଡଳୀରେ ଭୋଟ୍ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ଅର୍ଥାତ ଏପ୍ରିଲ ୧୧ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ୍ ଦେବେ।

ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୧୮ରେ ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୪ ରହିଛି। ସେହି ପରି ନାମାଙ୍କନ ପତ୍ର ଯାଞ୍ଚ ତାରିଖ ମାର୍ଚ୍ଚ ୨୬ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୮ ରହିଛି।

ଦ୍ଵିତୀୟ ପର୍ଯ୍ୟାୟ ଏପ୍ରିଲ ୧୮

ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୮ରେ ହେବାକୁ ଯାଉଛି। ଏହି ପର‌୍ୟ୍ୟା ୟରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ୫ଟି ଲୋକସଭା ଆସନ ହେଉଛି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା। ଅର୍ଥାତ ଏପ୍ରିଲ ୧୮ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ ଦେବେ ।

ଦ୍ଵିତୀୟ ପର୍ଯ୍ୟାୟ ଭୋଟର ବିଜ୍ଞପ୍ତି ମାର୍ଚ୍ଚ ୧୯ରେ ପ୍ରକାଶ ପାଇବ । ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୬, ନାମାଙ୍କନ ପତ୍ର ଯାଞ୍ଚ ମାର୍ଚ୍ଚ ୨୭ ଓ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ମାର୍ଚ୍ଚ ୨୯ ରହିଛି। ମତଦାନ ଏପ୍ରିଲ ୧୮ରେ ହେବ ଏବଂ ଭୋଟ୍ ଗଣତି ମେ ୨୩ରେ ହେବ ।

ତୃତୀୟ ପର୍ଯ୍ୟାୟ  ଏପ୍ରିଲ ୨୩

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଏପ୍ରିଲ ୨୩ରେ ହେବ। ଏହି ପର‌୍ୟ୍ୟାପୟରେ ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ଵର ପାଇଁ ମତଦାନ ହେବ। ଏହା ସହିତ ୪୨ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ଅର୍ଥାତ ଏପ୍ରିଲ ୨୩ରେ ଏହି ଲୋକସଭା ଅନ୍ତର୍ଗତରେ ଆସୁଥିବା ଭୋଟର ଭୋଟ୍ ଦେବେ।

ବିଜ୍ଞପ୍ତି- ମାର୍ଚ୍ଚ ୨୮

ନାମାଙ୍କନ ଦାଖଲ କରିବାର ଶେଷ ତାରିଖ- ଏପ୍ରିଲ ୪

ନାମାଙ୍କନ ପତ୍ର ଯାଞ୍ଚ- ଏପ୍ରିଲ ୫

ନାମାଙ୍କନ ପତ୍ର ପ୍ରତ୍ୟାହାର- ଏପ୍ରିଲ ୮

ଭୋଟ୍ ଗଣତି- ମେ ୨୩

ଚତୁର୍ଥ ପର୍ଯ୍ୟାୟ ଏପ୍ରିଲ ୨୯

ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ଲୋକସଭା ଆସନ ହେଉଛି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର ।

ଚତୁର୍ଥ ପର୍ଯ୍ୟାୟ ବିଜ୍ଞପ୍ତି ତାରିଖ- ଏପ୍ରିଲ ୨

ଭୋଟିଂ- ଏପ୍ରିଲ ୨୯

ଭୋଟ ଗଣତି-୨୩ ମଇ

Leave A Reply

Your email address will not be published.