Latest Odisha News

BREAKING NEWS

Earthquake Hits: ଥରିଲା ଉତ୍ତରପୂର୍ବ ଭାରତ; ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆସାମ, ମେଘାଳୟ ଏବଂ ଉତ୍ତରପୂର୍ବର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ରବିବାର ରାତି ପ୍ରାୟ ୧୧.୦୬ ରେ ଭୁଟାନ ନିକଟରେ ୫.୭ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଆସାମର କିଛି ଅଂଶରୁ ପ୍ରାୟ ୨୫୨ କିଲୋମିଟର ଦୂରରେ ଥିଲା ଏବଂ ଉତ୍ତର-ପୂର୍ବର ଅନେକ ଅଞ୍ଚଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ଭୁଟାନ,ଉତ୍ତର-ପୂର୍ବ ଭାରତ, ବାଂଲାଦେଶ, ନେପାଳ ଏବଂ ଚୀନର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା।

ବର୍ତ୍ତମାନ କୌଣସି ବଡ଼ କ୍ଷୟକ୍ଷତିର ସୂଚନା ମିଳିନାହିଁ, ପ୍ରଶାସନ ସ୍ଥିତି ଉପରେ ନଜର ରଖିଛି।

ଗ୍ୟାଙ୍ଗଟକ୍ ଏବଂ ସିକିମର ଅନ୍ୟାନ୍ୟ ଅଞ୍ଚଳର ବାସିନ୍ଦାମାନେ କିଛି ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିବା ସୂଚନା ଦେଇଛନ୍ତି, ସତର୍କତା ସ୍ୱରୂପ ଅନେକ ଲୋକ ଘରୁ ବାହାରି ଆସିଥିଲେ। ସିକିମ୍ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ପରିସ୍ଥିତି ଉପରେ ନଜର ରଖାଯାଇଛି।

ସିଲିଗୁଡ଼ି ସହରର କିଛି ଅଂଶ ଏବଂ ପଶ୍ଚିମବଙ୍ଗର କୁଚବିହାର, ଜଳପାଇଗୁଡ଼ି ଏବଂ ଆଲିପୁରଦୁଆର ଜିଲ୍ଲାର ଲୋକମାନେ ଭୂକମ୍ପ ଅନୁଭବ କରି ଘରୁ ବାହାରକୁ ବାହାରି ଆସିବାର ସୂଚନା ଦେଇଛନ୍ତି।

 

Comments are closed.