Latest Odisha News

BREAKING NEWS

ବଡ଼ଧରଣର ମାରଣାସ୍ତ୍ର ବିକ୍ରି ଯୋଜନା ପଣ୍ଡ: ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ଏକ ବଡ଼ଧରଣର ମାରଣାସ୍ତ୍ର ବିକ୍ରି ଯୋଜନାକୁ ଭୁବନେଶ୍ବର କମିଶନରେଟ ପୋଲିସ ବିଫଳ କରିଛି। ଜଟଣୀର ଏକ ନିଦ୍ଦିଷ୍ଟ ସ୍ଥାନରେ ବନ୍ଧୁକ ବିକ୍ରି ବେଳେ ଏୟାର ଫିଲ୍ଡ ଥାନା ପକ୍ଷରୁ ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା ଓ ଜଣେ ଓଡ଼ିଆଙ୍କ ସମେତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ୬ଟି ବନ୍ଧୁକ ଜବତ କରାଯାଇଛି ।

ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ପ୍ରବୀଣ କୁମାର ସିଂହ (୪୦), ଅଭିଷେକ ରାଜପୁତ (୩୧), ଇନ୍ଦ୍ରଜିତ ସିଂହ (୩୮), ମଧ୍ୟପ୍ରଦେଶର ରାଘବେନ୍ଦ୍ର ସିଂହ (୨୮) ଓ କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ଫୋଗଲ ଗାଁର ଏସ୍‌ କେ ଅବଦୁଲ କୁଦୁସଙ୍କ ପୁଅ ଏସ୍‌ କେ ସକିଲ (୨୮) ।

ଅଭିଯୁକ୍ତମାନଙ୍କ ଠାରୁ ପୋଲିସ ୪ଟି ସ୍ବୟଂଚାଳିତ ପିସ୍ତଲ, ଗୋଟିଏ ରିଭଲଭର ଏବଂ ଗୋଟିଏ ସିଙ୍ଗଲସଟ୍ , ୭.୬୫ ଏମ୍‌ଏମ୍‌ ସ୍ବୟଂଚାଳିତ ପିସ୍ତଲ ସହ, ୧୮ ରାଉଣ୍ଡ ଗୁଳି ମଧ୍ୟ ଜବତ ହୋଇଛି । ଅଭିଯୁକ୍ତମାନେ ପୋଖରୀପୁଟ ଅଞ୍ଚଳରେ ଏକ ନିଦ୍ଧିଷ୍ଟ ସ୍ଥାନରେ ଆର୍ମସ ଡିଲ୍ କରୁଥିଲେ। ଏହି ଗ୍ୟାଙ୍ଗ ଠାରୁ ଜୀବନ୍ତ ଗୁଳି ମଧ୍ୟ ମିଳିଛି।

୫ ଜଣଙ୍କୁ ଗିରଫ ସହ ସେମାନଙ୍କ ଠାରୁ ଗୁଜୁରାଟ ରେଜିଷ୍ଟ୍ରେସନ ନମ୍ବର ଥିବା ଏକ କାର ଓ ୫ ଟି ମୋବାଇଲ ଜବତ କରାଯାଇଛି ।

ଏମାନେ ବାହାର ରାଜ୍ୟରୁ ଚୋରାରେ ବନ୍ଧୁକ ଆଣି ଅପରାଧୀଙ୍କୁ ଦେଉଥିବା ନେଇ ପୋଲିସକୁ ଶୁକ୍ରବାର ସକାଳୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ ପୁଲିସ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ାଉ କରିଥିଲା।

Comments are closed.