Latest Odisha News

BREAKING NEWS

କୁଲଡିହା ଅଭୟାରଣ୍ୟରୁ ୫ ଶିକାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର କୁଲଡିହା ବନ୍ୟପ୍ରାଣୀ ଅଭୟାରଣ୍ୟରୁ ଗତ ଶନିବାର ଦିନ ଅସ୍ତ୍ରଶସ୍ତ୍ର ସହ ପାଞ୍ଚ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ଠାରୁ ୧୫ଟି ଟ୍ରାପ୍ କ୍ୟାମେରା ମଧ୍ୟ ଜବତ କରାଯାଇଛି।

ତେବେ କ୍ୟାମେରା ବ୍ୟତୀତ ସେମାନଙ୍କ ପାଖରେ ଆହୁରି ମଧ୍ୟ ବିପଦ୍ଜନକ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି। ଜଙ୍ଗଲରେ ହେଉଥିବା ଚୋରି ଗୁଡ଼ିକୁ ରୋକିବା ପାଇଁ ସେଠାରେ ବନବିଭାଗ ଦ୍ଵାରା କ୍ୟାମେରା ଗୁଡ଼ିକ ଲଗାଯାଇଥିଲା। ଏହା ବ୍ୟତୀତ ସେଠାରେ ସ୍ପାଏ କ୍ୟାମେରା ମଧ୍ୟ ଲଗାଯାଇଥିଲା।  ଚୋରି କରୁଥିବା ବେଳେ ସେହି ସ୍ପାଏ କ୍ୟାମେରାରେ ଘଟଣା ସବୁ କଏଦ ହୋଇଥିଲା।

ଜଙ୍ଗଲ ଦୃର୍ବୁତ୍ତ ମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏହି ଟ୍ରାପ କ୍ୟାମେରା ଗୁଡ଼ିକ ଲଗାଯାଇଥିଲା। ତେବେ ଶିକାରୀମାନେ ଏଥିରୁ ବଞ୍ଚିବା ପାଇଁ ଡିଭାଇସ୍ ଗୁଡ଼ିକୁ ବାହାର କରିଦେଇଥିଲେ। କିନ୍ତୁ ବନ ବିଭାଗ ଦ୍ଵାରା ଟ୍ରାପ୍ କ୍ୟାମେରା ପାଖରେ ଏକ ସ୍ପାଏ କ୍ୟାମେରା ମଧ୍ୟ ସ୍ଥାପନ କରାଯାଇଥିଲା।ଯାହା ଦ୍ଵାରା ଏହି ସବୁ କାର୍ଯ୍ୟକଳାପ ଗୁଡିକ କଏଦ ହେବା ସହ ଶିକାରୀ କାବୁ ହୋଇଥିଲେ।

ଗତ ଏପ୍ରିଲ ୨୮ରେ ସ୍ପାଏ କ୍ୟାମେରାରେ ଏହି ସବୁ ଦୃଶ୍ୟ କଏଦ ହୋଇଥିଲା। ସେହି ସବୁ ଫୁଟେଜ୍ କୁ  ଆଧାର କରି ବନ ବିଭାଗ ସେମାନଙ୍କୁ ଟ୍ରାକ୍ କରିଥିଲା ଓ କୁଲଡିହା ରେଞ୍ଜ ଅନ୍ତର୍ଗତ ଚେମଚେଟା ବିଟ୍ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇପାରିଥିଲା। ତେବେ ଗିରଫ ବ୍ୟକ୍ତିମାନେ ଚେମଚେଟା ବିଟ୍ ନିକଟରେ ଥିବା ନରସିଂସିଲା ଗାଁର ବୋଲି ଜଣା ପଡ଼ିଛି।।

ସେମାନଙ୍କ ଠାରୁ ଅଧିକାରୀମାନେ କୁରାଢ଼ି, ଧନୁ ଏବଂ ତୀର, ବାରୁଦ, ଏକ ହରିଣ ଶିଙ୍ଗ ଏବଂ ଦେଶୀ ବନ୍ଧୁକ ତିଆରି ପାଇଁ ବ୍ୟବହୃତ ଜିନିଷପତ୍ର ଇତ୍ୟାଦି ଜବତ କରିଛନ୍ତି।

Comments are closed.