Latest Odisha News

BREAKING NEWS

IPL ବେଟିଂ ଅଭିଯୋଗ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ଆଇପିଏଲ ବେଟିଂ ଅଭିଯୋଗରେ ୫ ଗିରଫ । ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରି ଏହି ୫ଜଣ ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଜଣାପଡିଛି।  ଏଥିସହ ଅଭିଯୁକ୍ତଙ୍କଠାରୁ ନଗଦ ୧୫ ହଜାର ୧୫୦ ଟଙ୍କା ଓ ୫ଟି ମୋବାଇଲ ଫୋନ ଜବତ କରିଛି ସମ୍ବଲପୁର ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଦୁର୍ଗାପାଲିର ସୋମନାଥ ଘୋଷ, ସାକ୍ଷୀପଡ଼ାର ବିନୋଦ ସୋରେନ୍‌, ସୁନାପାଲିର ବିକାଶ ରାଉତ, ମଙ୍ଗାପଡ଼ାର ରାକେଶ ନିଖଟିଆ, ତଅଁଲା ପଡ଼ାର ବବୁଲୁ ପ୍ରଧାନ । ତେବେ ଏମାନେ ବିଭିନ୍ନ ୱେବସାଇଟ ଜରିଆରେ ସମ୍ବଲପୁରରେ ଆଇପିଏଲ ବେଟିଂ ପରିଚାଳନା କରିବା ସହ ଟଙ୍କା ଆଦାୟ କରୁଥିଲେ ।

ଏନେଇ ଖବର ପାଇବା ପରେ ସମ୍ବଲପୁର ପୋଲିସ ୩ଟି ସ୍ପେଶାଲ ଟିମ୍ ଗଠନ କରି ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରି ଶେଷରେ ସଫଳ ହୋଇଛି । ଏମାନଙ୍କ ନାଁରେ ସମ୍ବଲପୁର ସହରର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.