Latest Odisha News

BREAKING NEWS

ଟ୍ୱିଟର୍‌ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ କୋଏନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କୋଏନା ମିତ୍ର ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର୍‌ରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ ଟ୍ୱିଟର୍‌ ତାଙ୍କ ଆକାଉଣ୍ଟକୁ ନିଷିଦ୍ଧ କରୁଛି ଏବଂ ତାଙ୍କର ଅନେକ ଅନୁଗାମୀଙ୍କୁ ନିଲମ୍ବନ କରୁଛି।

କୋଏନା ଗଣମାଧ୍ୟମକୁ କହିଛନ୍ତି ଯେ ମୋର ଅନେକ ଅନୁଗାମୀ ମୋତେ ଫୋନ୍‌ ଏବଂ ହ୍ବାଟ୍‌ସଆପ୍ ମାଧ୍ୟମରେ ମେସେଜ୍ କରି କହୁଛନ୍ତି ଯେ ବିନା କାରଣରେ ସେମାନଙ୍କ ଆକାଉଣ୍ଟକୁ ସ୍ଥଗିତ ରଖାଯାଉଛି କିମ୍ବା ନିଷିଦ୍ଧ କରାଯାଇଛି ଏବଂ ସେମାନେ ଠିକ୍‌ ସମୟରେ ମୋ ଟ୍ୱିଟ୍ ଦେଖିପାରୁନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ତାଙ୍କର ଅନୁସରଣକାରୀଙ୍କ ସଂଖ୍ୟା ହ୍ରାସ ପାଇଥିବା ମଧ୍ୟ କୋଏନା ଦାବି କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍ ଆକାଉଣ୍ଟରେ କୋଏନା ମଧ୍ୟ ଅଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ପ୍ରସଙ୍ଗରେ ତାଙ୍କର ମତ ଟ୍ୱିଟ୍‌ର ପରିଚାଳନାକୁ ବୋଧ ହୁଏ ବ୍ୟଥିତ କରୁଛି, ତେଣୁ ମଞ୍ଚରେ ସକ୍ରିୟ ରହିବାର ପ୍ରୟାସକୁ ହ୍ରାସ କରଯାଉଛି।

Leave A Reply

Your email address will not be published.