Latest Odisha News

BREAKING NEWS

ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ କନ୍ଦଳ, ସ୍ୱାଧୀନ ଭାବେ ଲଢ଼ିବାକୁ ଅସନ୍ତୁଷ୍ଟଙ୍କ ଧମକ

ଅହମଦାବାଦ: ଗୁଜରାଟରେ ଟିକେଟ୍ ଟେନସନ୍ । ବିଜେପି ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଅସନ୍ତୁଷ୍ଟ ନେତା । ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଦଳ ଟିକେଟ୍ ଦେବା ଆରମ୍ଭ କରିଥିବା ବେଳେ ଟିକେଟ୍ ନ ପାଇ ୫ ଜଣ ନେତା ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି ଖୋଲାଖୋଲି କହିଛନ୍ତି । ଏଥିରେ ଜଣେ ବିଧାୟକଙ୍କ ସହ ୪ ପୂର୍ବତନ ବିଧାୟକ ଅଛନ୍ତି ।

ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଡିସେମ୍ବର ୧ ଓ ୫ ତାରିଖରେ ଭୋଟ୍ ଗ୍ରହଣ ହେବ । ଟିକେଟ୍ ନ ପାଇ ଅସନ୍ତୁଷ୍ଟ ନେତା ସମର୍ଥକଙ୍କ ସହ ଆଲୋଚନା କରୁଥିବା ବେଳେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ଏହାରି ଭିତରେ ବିଜେପିର ଅସନ୍ତୁଷ୍ଟ ନେତା ତଥା ପୂର୍ବତନ ବିଧାୟକ ହର୍ଷଦ ବସାବା ନନ୍ଦୋଡ଼ରୁ ଶୁକ୍ରବାର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ହର୍ଷଦ ଗୁଜରାଟ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ସଭାପତି । ଏହାଛଡ଼ା ସେ ୨୦୦୨ରୁ ୨୦୦୭ ଏବଂ ୨୦୦୭ରୁ ୨୦୧୨ ଯାଏ ପୂର୍ବ ରାଜପିପଲା ଆସନରୁ ପ୍ରତିନିଧିତ୍ୱ କରୁଥିଲେ । ଏବେ ନର୍ମଦା ଜିଲ୍ଲାର ନନ୍ଦୋଡ଼ ଆସନ କଂଗ୍ରେସ କବଜାରେ ରହିଛି । ଏହି ଆସନରୁ ବିଜେପି ଡା. ଦର୍ଶନ ଦେଶମୁଖଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ଅସନ୍ତୁଷ୍ଟ ହର୍ଷଦ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ସେହିଭଳି ବିଜେପି ବାଘୋଡିଆରୁ ୬ ଥର ବିଧାୟକ ହୋଇଥିବା ଶ୍ରୀବାସ୍ତବଙ୍କୁ ଟିକେଟ୍ ଦେଇ ନାହିଁ । ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିବାବେଳେ ସମର୍ଥକ ଚାହିଁଲେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି । ଏହିଭଳି ଭାବେ ଗୁଜରାଟର ବିଭିନ୍ନ ଆଶାୟରେ ଟିକେଟ୍ ନ ପାଇ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ି ଚାଲିଛି ।

Leave A Reply

Your email address will not be published.