Latest Odisha News

BREAKING NEWS

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଏତଲା

ପୁରୀ : ମହାମହିମ ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ପଶ୍ଚିମବଙ୍ଗ ସରକାର । ମନ୍ତ୍ରୀ ଅଖିଳ ଗିରିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କଲେ ଅଖିଳ ଭାରତୀୟ ହିନ୍ଦୁ ମହାସଭା  । ଏନେଇ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ମନ୍ତ୍ରୀ ଅଖିଳ ଗିରିଙ୍କ ନାଁରେ ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି ।

ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ରାଜ୍ୟ ଉପସଭାପତି ସୂର୍ଯ୍ୟ ନାରାୟଣ ରଥ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ ରାଷ୍ଟ୍ରପତିଙ୍କୁ ପଶ୍ଚିମବଙ୍ଗ ସରକାରର ମନ୍ତ୍ରୀ ଅଖିଳ ଗିରି ସାଧାରଣ ଜନତାଙ୍କ ଉପସ୍ଥିତିରେ ହାତରେ ମାଇକି ଧରି ରାଷ୍ଟ୍ରପତିଙ୍କ ରୂପକୁ ତାତ୍ସଲ୍ୟ ଓ ପରିହାସ କରିବାର ଦୃଶ୍ୟ ଟିଭି ପରଦାରେ ପ୍ରଦର୍ଶିତ ହେଉଛି । ମନ୍ତ୍ରୀ ଶ୍ରୀ ଗିରି ରାଷ୍ଟ୍ରପତିଙ୍କୁ ଅଗ୍ରହଣୀୟ ଶବ୍ଦରେ ତାଙ୍କ ରୂପକୁ କଟୁ କଟାକ୍ଷ କରି ଯେଉଁ ଅଭଦ୍ର ବ୍ୟବହାର କରିଛନ୍ତି ତାହା ନିଶ୍ଚିତ ଭାବରେ ରାଷ୍ଟ୍ରଦୋହ ସଙ୍ଗେ ସମାନ ଅଟେ ।

ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ରହି  ଶ୍ରୀ ଗିରି ଦେଶର ରାଷ୍ଟ୍ରପତିଙ୍କୁ ଅପମାନ କରିବା ଓ ପରିହାସ କରିବା ଅତ୍ୟନ୍ତ ଘୃଣ୍ୟ ନିନ୍ଦନୀୟ ଓ ବେଆଇନ ଅଟେ । ତେଣୁ ପଶ୍ଚିମବଙ୍ଗର ଏହି ମନ୍ତ୍ରୀଙ୍କୁ ଯଥାଶୀଘ୍ର ଆଇନ ଅନୁଯାୟୀ ଗିରଫ କରାଯାଇ କଠୋରରୁ କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରାଯାଉ । ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆଗାମୀ ଦିନରେ ସାଧାରଣ ଲୋକଟିଏ ମଧ୍ୟ ଏହିପରି କାର୍ଯ୍ୟ କରିବା ପାଇଁ ସାହାସ କରିବେ ନାହିଁ ।

ତେଣୁ ଘଟଣାକୁ ଗୁରୁତ୍ୱର ସହ ନେଇ ପଶ୍ଚିମବଙ୍ଗର ରାଷ୍ଟ୍ରଦ୍ରୋହୀ ମନ୍ତ୍ରୀ ଶ୍ରୀ ଗିରିଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଗୁଜୁ କରାଯାଇ ଆଇନ ଅନୁଯାୟୀ ତୁରନ୍ତ ଗିରଫ କରାଯାଉବୋଲି ଶ୍ରୀ ରଥ ଦାବି କରିଛନ୍ତି ।

Leave A Reply

Your email address will not be published.