Latest Odisha News

BREAKING NEWS

ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ, ୫ ଗିରଫ

ଭୁବନେଶ୍ଵର: ଭୁବନେଶ୍ବର ଏମ୍ସରେ ଦଲାଲି ଅଭିଯୋଗ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ଓପିଡି ଟିକେଟ୍‌ କରାଇଦେବାକୁ କହି ଟଙ୍କା ନେଉଥିଲେ ଏହି ଦଲାଲମାନେ । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଣ୍ଡଗିରି ପୋଲିସ ।

ସୂଚନା ଅନୁସାରେ, ଏହି ପାଞ୍ଚ ଜଣ ଅଭିଯୁକ୍ତ ଖଣ୍ଡଗିରି ଅଞ୍ଚଳରେ ଏକ ଭଡା ଘର ନେଇ ରହୁଥିଲେ । ସେଠାରେ ରହି ରୋଗୀମାନଙ୍କୁ ଟାର୍ଗେଟ କରୁଥିଲେ ଏହି ଦଲାଲମାନେ । ରୋଗୀମାନଙ୍କୁ ସାହାଯ୍ୟ କରିବା ଆଳରେ ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟୁଥିଲେ। ଏହାସହିତ ସେମାନେ ଓପିଡି ଟିକଟ କରାଇଦେବାକୁ କହି ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ଗତ କିଛି ଦିନ ଧରି ସାଧା ପୋଷାକରେ ପୋଲିସ ଏମାନଙ୍କ ଉପରେ ନଜର ରଖିଥିଲା । ଶେଷରେ ଏମାନଙ୍କୁ ଠାବ କରି ପାଞ୍ଚ ଜଣ ଦଳାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ତେବେ ଏମାନଙ୍କ ସହ ଆଉ କିଏ ସଂପୃକ୍ତ ସେନେଇ ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ।

Comments are closed.