Latest Odisha News

BREAKING NEWS

ଓଲଟିଲା ଗୋରୁ ବୋଝେଇ ଭ୍ୟାନ: ୫ ଗୋରୁ ମୃତ, ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକ

ଭଦକ୍ର: ଓଲଟିଲା ଗରୁ ବୋଝେଇ ଭ୍ୟାନ୍ । ଭଦ୍ରକ ଜିଲା ଭଦ୍ରକ -ଧାମନଗର ରାସ୍ତାର ଭଣ୍ଡାରୀପଦି ଛକରେ ଆଜି ସକାଳେ ଏକ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ପଡିଛି । ଏଥିରେ ୫ ଗୋରୁଙ୍କ ମୃତ୍ୟୁ ହୋଇଛି । ବେଆଇନ୍ ଗୋ-ଚାଲାଣ ବେଳେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଭ୍ୟାନ ଓଲଟି ପଡ଼ିବାରୁ ଗାଡ଼ିରୁ ଅନ୍ୟ ଗୋରୁମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଫେରାର ହୋଇଛି ଡ୍ରାଇଭର । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି । ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

Leave A Reply

Your email address will not be published.